EnewsOdia.Com

ରାଜ୍ୟରେ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା, ଆହୁରି ବଢିବ ଶୀତ

କିଛିଦିନ ହେବ ଅସହ୍ୟ ଶୀତର ପ୍ରକୋପ ସାରା ରାଜ୍ୟରେ ଜାରି ରହିଥିବା ବେଳେ ବର୍ତ୍ତମାନ ଶୀତପରେ ବର୍ଷା ଚିନ୍ତା ଦେଖା ଦେଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ୮ଟି ଜିଲ୍ଲାକୁ ଘଡଘଡି ସହ କୁଆପଥର ବର୍ଷା ହେବାସହ ତିନୋଟି ଜିଲ୍ଲା  ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାଅନୁସାରେ ,  ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟର ପଶ୍ଚିମ ଓ ଆଭ୍ୟନ୍ତର ଉତ୍ତର ଓଡ଼ିଶାର ବରଗଡ଼,  ସମ୍ବଲପୁର, ବୌଦ୍ଧ, ଦେବଗଡ଼, ସୋନପୁର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲାର ବହୁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା କମିବା ପରେ ୫ ତାରିଖ ପରଠୁ ଥଣ୍ଡାର ପ୍ରକୋପ ବଢିବା ନେଇ ପାଣିପାଗ କେନ୍ଦ୍ରର ସୂଚନା ମିଳିଛି ।

ପଢନ୍ତୁ: ଏବେଠୁ ଅନ୍‌ଲାଇନ୍‌ରେ ମିଳିବ ଲର୍ଣ୍ଣସ୍ ଲାଇସେନ୍ସ

ସମ୍ବନ୍ଧିତ ଖବର

ଲିମ୍‌କା ରେକର୍ଡ ପାଇଁ ଏକାଠି ହେଲେ ୩ ହଜାର କଳାକାର

Ratnamani Maharana

ସମୁଦ୍ର ମଝିରେ ବୁଡିଗଲା ଡଙ୍ଗା

Ratnamani Maharana

ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

Ratnamani Maharana

ଧନୀ ତାଲିକାରେ ସବୁଠୁ ଧନୀ ନବୀନ

Ratnamani Maharana

‘ବୋଲୋ ତାରାରାରା’ ଗୀତ ଗାଇ, ଲୋକଙ୍କୁ ଟ୍ରାଫିକ୍ ନିୟମ ନେଇ ସଚେତନ

Ratnamani Maharana

ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

Ratnamani Maharana