News

ଡିପ୍‌ ଡିପ୍ରେସନ୍‌ ରୂପ ନେଲା ଲଘୁଚାପ: ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Untitled 1

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଏହା କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି। ଧିରେ ଧିରେ ଏହା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହା ଆଜି ସକାଳ ୫.୩୦ ସୁଦ୍ଧା ୨୧.୦ ଡିଗ୍ରୀ ଉତ୍ତର ଅକ୍ଷ୍ୟାଂଶ ଏବଂ ୮୭.୪୦ ପୂର୍ବ ଦ୍ରାଘିମାରେ ବାଲେଶ୍ୱରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୭୦ କିଲୋମିଟର ଓ ପଶ୍ଚିମବଙ୍ଗ ଦିଘାର ଦକ୍ଷିଣ ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୭୦ କିଲୋମିଟର ଦୂରତାରେ କେନ୍ଦ୍ରିଭୂତ ଅଛି।ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା, କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଅଳ୍ପ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼,ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ସେହିପରି ଆଜି ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୪୫-୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ବୃଦ୍ଧି ପାଇ ୬୫ କିଲୋମିଟରେ ପହଞ୍ଚିବାର ମଧ୍ୟ ସମ୍ଭାବନା ରହିଛି। ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୩୫-୪୦ କିଲୋମିଟର ବେଗରେ ପବନ ବହିବା ସହ ଏହା ୫୦ କିଲୋମିଟରରେ ପହଞ୍ଚିବାର ସମ୍ଭାବନା ରହିଛି।

ପଢନ୍ତୁ: ସୁଷମାଙ୍କ ବିୟୋଗ ଶୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ

ENO Beuro

ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଯୋଗାଇବ ଭାଭା କବଚ, ଭାଭା ଆଗରେ ହାର୍ ମାନିବ ଏକେ-୪୭

Ratnamani Moharana

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

ENO Beuro

Leave a Comment