News

ଆସନ୍ତା ୬ରୁ ୮ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା

Rain

ରାଜ୍ୟ ସାମାନ୍ୟ ବର୍ଷାର ପରିମାଣ କମିଛି । ତେବେ ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଦ୍ଦାଧିକ ଜିଲ୍ଲାରେ ବର୍ଷା ଲାଗିରହିବ ବୋଲି ସୂଚନା ମିଳିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା   ହେବ । ତେବେ ଏହାପୂର୍ବରୁ ସେଭଳି ବଡ଼ ବର୍ଷା ନାହିଁ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆକଳନ ଅନୁଯାଇ, ୬ ଓ ୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

୮ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗିରହିବ। ତେବେ ଏହାପରେ ପାଗରେ ସାମାନ୍ୟ ପରିବର୍ତନ ଆସିବ। ବର୍ଷା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗତ ୧୨ ଘଣ୍ଟା ମଧ୍ୟରେ ଟିଟିଲାଗଡ଼ରେ ସର୍ବାଧିକ ୫.୧ ମିମି ବର୍ଷା ହୋଇଥିବା ବେଳେ କୋରାପୁଟ, ମାଲକାନଗିରି ଓ ଭୁବନେଶ୍ବରରେ ହାଲକା ବର୍ଷା ରେକର୍ଡ କରାଯାଇଛି।

ପଢନ୍ତୁ: ଆଜି ଶ୍ରାବଣ ମାସ ତୃତୀୟ ସୋମବାର; ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

Related posts

ଆଜି ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ENO Beuro

ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା

ENO Beuro

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

ENO Beuro

Leave a Comment