EnewsOdia.Com

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଉଗ୍ରରୂପ ଧାରଣ କରି ବଙ୍ଗୋପସାଗର ଉପର ଦେଇ ବାଲାଂଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବାକୁ ଥିବା ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ କେତୋଟି ଜିଲ୍ଲାରେ ଶୁକ୍ରବାର ଠାରୁ ପ୍ରବଳ ବର୍ଷା ବର୍ଷିବା ସହ ଘଣ୍ଟାକୁ ୮୦ ରୁ ୯୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ସଦ୍ୟତମ ସୂଚନାରୁ ଜଣାପଡ଼ିଛି।ପୂର୍ବରୁ ସୂଚନା ଦିଆଯଇଥିବା ଓଡ଼ିଶାର ଉପରେ ପଡ଼ିବାକୁ ଥିବା ପ୍ରଭାବରେ କେତେକ ପରିବର୍ତ୍ତନର ସମ୍ଭାବନା ଦେଖା ଦେଇଛି ବୋଲି ଏଥିରେ କୁହାଯାଇଛି।

ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବରେ ୯ ତାରିଖରୁ ସାମାନ୍ୟ ବର୍ଷା ନୁହେଁ, ୮ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଶୁକ୍ରବାର ଠାରୁ ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଏବଂ କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୯ ତାରିଖ ଦିନ ଏହି ଜିଲ୍ଲାଗୁଡ଼ିକ ସହ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ବେଗରେ ବତାସ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏମିତି ବାତ୍ୟାର ପ୍ରଭାବ ୧୦ ତାରିଖ ଯାଏଁ ଉପୂକଳ ଓଡ଼ିଶାରେ ଅନୁଭୂତ ହେବ।

ପଢନ୍ତୁ: ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

ସମ୍ବନ୍ଧିତ ଖବର

୭୭ ବର୍ଷରେ ପାଦ ଥାପିଲେ ବଲିଉଡ୍ ବିଗ୍ ବି

Ratnamani Maharana

ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

Ratnamani Maharana

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana

ଦୁନିଆକୁ ଭିଡିଓ ଦେଖାଇଥିଲେ ଏହି ବ୍ୟକ୍ତି, ଗୁଗଲ କଲା ଡୁଡଲ

Ratnamani Maharana

ଫିକା ପଡ଼ିବ ଦୀପାବଳି! : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ, ୨୭ ଯାଏ ୧୭ ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ

Ratnamani Maharana

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

Ratnamani Maharana