News

କଡ଼ାକଡ଼ି ହେଲା ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା

Recipe

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦  ଉଠିବା ପରେ ବଢ଼ିଲା ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷା। ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରି ଦିଆଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଫଳରେ ବିମାନବନ୍ଦରରେ ଅଧିକ ସଂଖ୍ୟାରେ ସିଆଇଏସ୍‌ଏଫ ମୁତୟନ କରାଯାଇଛି। ବିଶେଷକରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି। ନନ୍‌ ପାର୍କିଂ ଅଞ୍ଚଳରେ ଯେମିତି ପାର୍କିଂ ନହୁଏ, ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି।

ତିନି ଥାକିଆ ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦର

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର  କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ସର୍ବଦା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥାଉ। କିନ୍ତୁ ଏବେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରିଛୁ। ଏବେ ଆମେ ସବୁ ପୋଷ୍ଟରେ ସିଆଇଏସ୍ଏଫ୍ ମୁତୟନ ବଢ଼ାଇ ଦେଇଛୁ। ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରବେଶ ପଥରେ ୪ଜଣ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବା ବେଳେ ଟର୍ମିନାଲ ଭିତରେ ଓ ବାହାରେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହେଉଛି। ଆମର ଡୋମେଷ୍ଟିକ ଟର୍ମିନାଲରେ ୬୭ଟି ସିସିଟିଭି ଲାଗିଛି। ଟର୍ମିନାଲ-୨ରେ ୪୪ଟି ସିସିଟିଭି ଲାଗିଛି। କୌଣସି ପରିସ୍ଥିତିରେ ବି କେହି ଆମ ନଜରରୁ ଖସି ପାରିବେନି। ଏହାସହ ଆମର କୁଇକ୍ ରେସ୍ପନ୍ସ ଟିମ୍ (କ୍ୟୁଆରଟି)ରେ ଅଧିକ ଯବାନ ସାମିଲ୍ କରାଯାଇଛି। ଗୃହ ମନ୍ତ୍ରାଳୟରୁ ସବୁଜ ସଂକେତ ମିଳିବା ପର୍ଯ୍ୟନ୍ତ  ଏସ୍ଓପି ଲାଗୁ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏପରିକି ବିମାନବନ୍ଦର ମୁଖ୍ୟ ଫାଟକ ନିକଟରୁ ଆମର ସମସ୍ତ ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ସହ ଯବାନ ମୁତୟନ ହୋଇଛନ୍ତି।

Bbsr 1.. 1

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ସୁରକ୍ଷା କଡ଼ାକଡ଼ି କରାଯାଉଥିବା ବେଳେ ଏଥର ଧାରା ୩୭୦ ଯୋଗୁ ବେଶ୍ କିଛିଦିନ ପୂର୍ବରୁ ଏପରି ସତର୍କତା ଅବଲମ୍ବନ କରାଯାଉଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ପଢନ୍ତୁ: ଅଶାନ୍ତ କାର୍ଗିଲ: ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

Related posts

କୋଫି ଆନନ୍‌ଙ୍କ ପରଲୋକ

ENO Beuro

1993 Mumbai Blasts Case – Death For 2, Abu Salem & Karimullah Khan Sentenced To Life

ENO Beuro

ରେଳପଥରେ ଓଡ଼ିଶାକୁ ଦିଆଯାଇଛି ମୋଟା ଅର୍ଥ:ଧର୍ମେନ୍ଦ୍ର

ENO Beuro

1 comment

Leave a Comment