• Home
  • News
  • କାଶ୍ମୀର ଘାଟି ପୁଣି ଅଶାନ୍ତ:ନମାଜ ପାଠ ପରେ ପୁଲିସ ଓ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ
News

କାଶ୍ମୀର ଘାଟି ପୁଣି ଅଶାନ୍ତ:ନମାଜ ପାଠ ପରେ ପୁଲିସ ଓ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

ଉଡ଼ିଲା ପାକିସ୍ତାନ ପତକା

ଆଜି ହେଉଛି ଇଦ-ଉଲ-ଜୁହା । ଆଉ ଏହି ସମୟରେ କାଶ୍ମୀର ଘାଟି ପୁଣି ଅଶାନ୍ତ ହୋଇଛି । ଅନନ୍ତନାଗରେ ସୁରକ୍ଷା କର୍ମୀଙ୍କ ଉପରକୁ ପଥରମାଡ କରିଛନ୍ତି ଅସାମାଜିକ ତତ୍ୱ । ଫଳରେ ଅଶାନ୍ତ ଲୋକଙ୍କୁ ଶାନ୍ତ କରିବାକୁ ସୁରକ୍ଷା କର୍ମୀଙ୍କୁ ବଳ ପ୍ରୟୋଗ କରିବାକୁ ପଡିଛି । ଶ୍ରୀନଗରରେ ବକରଦିରେ ପୂରା ଘାଟିରେ ପ୍ରଦର୍ଶନ କରାଯିବା ସହ ବିଚ୍ଛିନ୍ନତାବାଦୀ ସମର୍ଥକ ଅଶାନ୍ତି ସୃଷ୍ଟି କରିଛନ୍ତି । ନମାଜ ପାଠ ପରେ ପୋଲିସ ଓ ବିଚ୍ଛନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି।

stone ସଂଘର୍ଷ କାଶ୍ମୀର ଘାଟି ପୁଣି ଅଶାନ୍ତ:ନମାଜ ପାଠ ପରେ ପୁଲିସ ଓ ବିଚ୍ଛିନ୍ନତାବାଦୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ stone

ଫୁଟେଜ୍‌ରେ ଦେଖା ଯାଉଛି, ପ୍ରତିବାଦକାରୀମାନେ ‘ମୁସା ଆର୍ମି’ ଲେଖାଥିବା କଳା ପତାକା ଧରି ଥିଲେ। ଅଲ୍‌-କାଏଦାଙ୍କ ସହ ସମ୍ପୃକ୍ତି ଥିବା ଏକ ସଂଗଠନର ମୁଖ୍ୟ ଜାକିର ମୁସାଙ୍କୁ ଏମାନେ ସମର୍ଥନ କରୁଥିବା କଥା କୁହାଯାଉଛି। ପରେ ନିରାପତ୍ତା ବଳ ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ବଡ଼ ସଂଘର୍ଷ ଘଟିଥିଲା

ବିକ୍ଷୋଭକାରୀମାନେ ପାକିସ୍ତାନ ଓ ଆଇଏଇଆଏସର ପତାକା ପ୍ରଦର୍ଶନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିା ଜାମ୍ମୁ-କାଶ୍ମୀର ବର୍ତମାନ ରାଷ୍ଟ୍ରପତି ଶାସନ ଅଧିନରେ ରହିଛି । ଗତକାଲି ହିଁ ସତପାଲ ମଲ୍ଲିକଙ୍କୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।

ପଢନ୍ତୁ;ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା:୪ ମୁଖ୍ୟ ବିମ୍ ରେ ଫାଟ

Related posts

୪୬ଦିନ ପରେ ଘରକୁ ଫେରିଲେ ରିମା : ଶାଶୁ ଘରକୁ ଫେରିବି, ଝିଅ ପରି ରହିବି

Krishna Kumar Manoj

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

Krishna Kumar Manoj

ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଠିକାଦାର ସଂପୂର୍ଣ୍ଣ ଦାୟୀ , ଇଂଜିନିୟରଙ୍କୁ କ୍ଲିନଚିଟ୍

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More