News

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଦା ପଞ୍ଚାୟତ ଗୋଜାବନ୍ଧ ଗ୍ରାମରେ ରବିବାର ରାତିରେ ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ପୋଡ଼ିଯାଇଛି। ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନାନୁଯାୟୀ, ପ୍ରଥମେ କାଳନ୍ଦୀ ନାୟକଙ୍କ ଘରେ ବଜ୍ରପାତ ଯୋଗୁ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଅଧିକ ଥିବାରୁ ଏହା ଅନ୍ୟ ୩ ପରିବାରକୁ ବ୍ୟାପୀ ଯାଇଥିଲା। ଫଳରେ ଅକ୍ଷୟ ନାୟକ, ରମାକାନ୍ତ ନାୟକ ଓ ବାବୁଲି ନାୟକଙ୍କ ଘର ଜଳିଯାଇଥିଲା।

ଏଥିରେ କ୍ଷତିଗ୍ରସ୍ତଙ୍କ ସର୍ବସ୍ବ ପୋଡ଼ିଯାଇଥିବା ଜଣାପଡ଼ିଛି। ଖବର ପାଇ ମହାକାଳପଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିବିପନ୍ନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଖବର ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଥିବାର ଜଣାପଡିଛି।

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଜଳିଗଲା ୪ ପରିବାରର ୮ ବଖରା kdp

ପଢନ୍ତୁ; ନୂତନ ଗୃହରେ ପ୍ରବେଶ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ହୋଇପାରେ ଅନେକ ସମସ୍ୟା!

Related posts

ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

Krishna Kumar Manoj

ମାନସିକ ଚାପରେ ଶିକାର ହୋଇଛନ୍ତି ଲାଲୁ ଯାଦବ!

Krishna Kumar Manoj

ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More