EnewsOdia.Com

ପାର୍ବତ୍ୟାଞ୍ଚଳକୁ ବଳିଗଲା ଦିଲ୍ଲୀ ଶୀତ

ରାଜଧାନୀ ଦିଲ୍ଲୀ ଜାଡ଼ରେ ଥରୁଛି। ଚଳିତ ଡିସେମ୍ବରରେ ଆଜି ଦିଲ୍ଲୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ପାର୍ବତ୍ୟାଞ୍ଚଳ ଅପ‌େକ୍ଷା ଦିଲ୍ଲୀରେ ବେଶୀ ଥଣ୍ଡା ଅନୁଭୂତ ହେଉଛି। ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଦୀର୍ଘ ୧୧୯ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ ଦିଲ୍ଲୀରେ ଶୀତର ପ୍ରକୋପ ସବୁଠାରୁ ଅଧିକ ଅନୁଭୂତ ହୋଇଛି। ଦିଲ୍ଲୀରେ ଆଜି ଦିନ ବେଳା ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

୧୯୦୧ ପରେ ଡିସେମ୍ବର ମାସରେ ଦିଲ୍ଲୀରେ କେବେ ହେଲେ ଦିନର ତାପମାତ୍ରା ଏତେ ତଳକୁ ଖସି ନଥିଲା। ଲଗାତାର ୧୬ ଦିନ ଧରି ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ଅଧିକାରୀ କହୁଛନ୍ତି ଯେ, ଦିଲ୍ଲୀରେ ଦିନରେ ସ୍ବାଭାବିକ ତାପମାତ୍ରା ‌‌ଯେତିକି ରହିବା କଥା ତା’ର ଅଧା ରହୁଛି।

ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି ଯୋଗୁ ଯାତାୟାତ ଏକ ପ୍ରକାରର ଠପ ହୋଇଯାଇଛି। ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ଜାଳି ଉଷୁମ ନେଉଛନ୍ତି।କୁହୁଡ଼ି ପାଇଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ଦିଲ୍ଲୀରେ ୫୩୦ ଟି ବିମାନ ବିଳମ୍ବ ଥିବାବେଳେ ୨୧ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି ଏବଂ ୫ ଟି ବିମାନ ବାତିଲ କରାଯାଇଛି। ୩୦ଟି ଟ୍ରେନ୍‌ ମଧ୍ୟ ବାତିଲ କରାଯାଇଛି। ପ୍ରବଳ ଶୀତ ଲହରି ଯୋଗୁଁ ନଏଡ଼ା ଡିଏମ୍‌ ୩୧ ଏବଂ ୧ ତାରିଖରେ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ: ବିଜୁ ପଟ୍ଟନାୟକ ବିମାନବନ୍ଦରେ ଆରମ୍ଭ ହେବ ରି-ସର୍ଫେସିଂ କାମ

ସମ୍ବନ୍ଧିତ ଖବର

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana

ଚିକେନ୍‌ ଠାରୁ ପଣସକଠାର ମୂଲ୍ୟ ଅଧିକ

Ratnamani Maharana

CBSE ର ନିର୍ଦେଶ ୭୫% ରୁ କମ ଉପସ୍ଥାପନା ରହୁଥିବା ପିଲାମାନେ ଦେଇପାରିବେନି ବୋର୍ଡ ପରୀକ୍ଷା

Ratnamani Maharana

ଚର୍ଚ୍ଚାରେ ଚୁଇଙ୍ଗମ ମ୍ୟାନ ବେନ ବିଳ୍ସନ

Ratnamani Maharana

ଅଣାୟତ୍ତ ହେଉଛି କରୋନା, ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

Ratnamani Maharana