News

୨୦ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ,୧୨ ସହର ୮ ଡିଗ୍ରୀ ତଳେ

odisha

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଆଜି ରାଜ୍ୟର ୧୨ ସହର ସର୍ବନିମ୍ନ ତାପମାତ୍ର ୮ ଡିଗ୍ରୀ ତଳେ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଫୁଲବାଣୀରେ ସବିନିମ୍ନ ତାପମାତ୍ରା ୪.୫ଡିଗ୍ରୀ ରହିଥିଲାବେଳେ ଅନୁଗୋଳ ୫.୬, ସୋନପୁର ୬, କେନ୍ଦୁଝର ୬.୪, ଭବାନୀପଟଣା ୬.୫, ଝାରସୁଗୁଡ଼ା ଓ ଟିଟିଲାଗଡ଼ ୭ ଡିଗ୍ରୀ, ବଲାଙ୍ଗୀର ୭.୧, କୋରାପୁଟ ୭.୨, ସମ୍ବଲପୁର ୭.୩, ବାଲେଶ୍ୱର ୭.୮, ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ରେକର୍ଡ କରାଯାଇଥିଲା। ୫ ସହରର ତାପମାତ୍ରା ୮ରୁ ୧୦ ଡିଗ୍ରୀ ମଧ୍ୟରେ ରହିଛି। ସେଗୁଡ଼ିକ ହେଲା କଟକ, ଭୁବନେଶ୍ୱର, ବାରିପଦା, ହୀରାକୁଦ ଏବଂ ଚାନ୍ଦବାଲି। ସେହିପରି ପାରାଦୀପରେ ତାପମାତ୍ରା ୧୦.୯ ଡିଗ୍ରୀ ରହିଥିବାବେଳେ ଗୋପାଳପୁର ୧୧.୬, ପୁରୀ ୧୨.୧, ମାଲକାନଗିରିରେ ୧୧.୨ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ଦୁଇଦିନ ମଧ୍ୟରେ ପାରଦ ଆହୁରି ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

odisha

ପ୍ରବଳ ଶୀତ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଛି। ଗତକାଲି ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇର କୋଇଡ଼ା ଓ ଟେନ୍‌ସାରେ ତୁଷାରପାତ ହୋଇଛି। ଆଜି ବି କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ତୁଷାରପାତ ହୋଇଛି।

ପଢନ୍ତୁ; ଫିଲ୍ମ ନିର୍ମାତା ଦିଲ୍ଲୀପ ପଟ୍ଟନାୟକଙ୍କ ପରଲୋକ

Related posts

ତିନି ତଲାକ୍‍ ବିଲ୍‍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ,ଗିରଫ ବ୍ୟକ୍ତିଙ୍କୁ ମିଳିପାରିବ ଜାମିନ

ENO Beuro

ଶ୍ରୀଲଙ୍କାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ଜୀବନ ହାରିବାକୁ ଭରା କୁଆଖାଇକୁ ଡେଇଁଲେ ମହିଳା: ମୃତ୍ୟ ସହ ଲଢି ବଞ୍ଚିଲେ

ENO Beuro

Leave a Comment