News

ଥରୁଛି ଆଭ୍ୟନ୍ତରୀଣ ଓଡିଶା,୧୨ ଡିଗ୍ରୀ ତଳେ ୧୨ ସହର

winter

ଭୀଷଣ ଥଣ୍ଡା। ଥରୁଛି ଆଭ୍ୟନ୍ତରୀଣ ଓଡିଶା। କାଲୁଆ ପବନ ଜୀବନଯାତ୍ରା ବେହାଲ କରି ଦେଇଛି। ଉପକୂଳ ଅଞ୍ଚଳରେ ବି ଶୀତ ପ୍ରକୋପ ବଢିଛି। ଫୁଲବାଣୀରେ ରାତିର ତାପମାତ୍ରା ଲଗାତାର ଭାବେ ହ୍ରାସ ପାଉଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀର ତାପମାତ୍ରା‌ ଦୁଇ ଡିଗ୍ରି ହ୍ରାସ ପାଇଛି। ଗତକାଲି ରାତିରେ ଏଠାରେ ୭ ଡିଗ୍ରି ରେକର୍ଡ କରାଯାଇଛି। କନ୍ଧମାଳରେ ବି ପାରଦ ୮.୫ ଡିଗ୍ରିରେ ପହଞ୍ଚିଛି। ଭୋର ସମୟରେ ପ୍ରବଳ ଥଣ୍ଡା ସହ କୁହୁଡ଼ି ଜାରି ରହିଥିବାରୁ ‌ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

winter

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ହାରାହାରିଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିବ। ଗୋଟିଏ ଦୁଇଟି ସ୍ଥାନରେ ୪ ଡିଗ୍ରି ବି ହ୍ରାସ ପାଇବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳରେ କୁହୁଡ଼ି ପଡ଼ିବ। ରାଜ୍ୟ ବାକି ଜିଲ୍ଲାଗୁଡ଼ିକରେ ସେଭଳି ପରିବର୍ତନ ହେବ ନାହିଁ।

ସେହିପରି କେନ୍ଦୁଝରରେ ମଧ୍ୟ ଅତ୍ୟଧିକ ଶୀତର ପ୍ରଭାବ ଦେଖିବାକୁ ମିଳୁଛି। ଅପରାହ୍ନ ୪ଟା ପରଠୁ ଏଠାରେ ଶୀତର ପ୍ରଭାବ ଅନୁଭୂତ ଆରମ୍ଭ ହେଉଛି। ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସୁଥିବା ବେଳେ ସନ୍ଧ୍ୟା ହେଲେ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି।

ପଢନ୍ତୁ; ଶୀତ ଅବକାଶ : ୨ରେ ଖୋଲିବ ହାଇକୋର୍ଟ

Related posts

ଭୟଭୀତ ପାକିସ୍ତାନ : ଆଜି ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଫେରାଇବ

Ratnamani Moharana

ଇତିହାସ ରଚିଲା ଇସ୍ରୋ,ଲଞ୍ଚ ହେଲା ବିଶ୍ୱର ସବୁଠୁ ହାଲୁକା ଉପଗ୍ରହ

ENO Beuro

ପୁରୁଷ ୧୦ ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ENO Beuro

Leave a Comment