News

ଚିଲିକାରେ ହେଲିକପ୍ଟର ଉଡ଼ାଣ ଘଟଣା:ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍

ଚିଲିକାରେ ହେଲିକପ୍ଟର ଉଡ଼ିବା ଘଟଣା ଭିନ୍ନମୋଡ ନେଇଛି। ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଚଲାଉଥିବା ହେଲିକପ୍ଟର ଚିଲିକାରେ ଉଡ଼ିଥିବା ପୁରୀ ପୋଲିସ ସନ୍ଦେହ କରୁଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସୂଚନାନୁସାରେ ଗତ ୧୫ରେ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ପାଇଁ ଅନୁମତି ମିଳିଥିଲା। ପୁଲିସ ହେଲିକପ୍ଟର ହ୍ୟାଙ୍ଗର ଜବତ କରିଥିବା ବେଳେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୨୭୭, ୨୭୮, ୩୩୬,୪୩୧ ଓ ଆଇପିସିର ୧୧ ଏୟାରକ୍ରାଫ୍ଟ ଆଇନ ଅନୁଯାୟୀ ପୁଲିସ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର ଜବତ କରିଛି ଏବଂ ବ୍ଲାକ ବକ୍ସ ତଥ୍ୟକୁ ଅନୁଶୀଳନ କରିବାକୁ ଅନୁମତି ମାଗିଛି।

panda

ଚିଲିକାରେ ବିମାନ ଉଡିବା ଘଟଣାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ସମସ୍ତ ପକ୍ଷଙ୍କୁ ଜେରା କରାଯିବ ବୋଲି ପୁରୀ ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି।

ମାତ୍ର ବୈଜୟନ୍ତ ପଣ୍ଡା ଏହି ଘଟଣାପରେ ଏକ ଟ୍ୱିଟ କରିଛନ୍ତି । ସେଥିରେ ସେ ରବିବାର ଦିନ ଭୁବନେଶ୍ୱରରୁ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା ଉପର ଦେଇ କେନ୍ଦ୍ରପଡା ଓ କେନ୍ଦ୍ରପଡାରୁ ପୁଣି ଭୁବନେଶ୍ୱର ଫେରିଥିବା କଥା ଦର୍ଶାଇଛନ୍ତି । ଏହା ତାଙ୍କ ପ୍ରତି ଷଡଯନ୍ତ୍ର ବୋଲି ସେ ଟ୍ୱିଟ କରିଛନ୍ତି।

ପଢନ୍ତୁ;ସିସିଆରଏଏସରେ ପାଳନ କରାଗଲା ରାଷ୍ଟ୍ରୀୟ ପୋଷଣ ମାସ

Related posts

ଉତ୍କଳ ବିଶ୍ୱବିଦ୍ୟାଳୟ – ଦେଶର ଶ୍ରେଷ୍ଠ ୧୦ ପ୍ରାଦେଶିକ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଲା

ENO Beuro

ଆଜିଠୁ ରାଜଧାନୀରେ ମାଗଣା ୱାଇଫାଇ

ENO Beuro

ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More