Entertainment

‘ହାଲୋ ଆର୍‌ସି’ ଶ୍ରେଷ୍ଠ ଓଡିଆ ଚଳଚିତ୍ର !

୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏଥର ବାଜିମାରିଛି ଓଡ଼ିଆ ଫିଲ୍ମ ‘ହେଲୋ ଆର୍ସୀ’। ଗୋଟିଏ କି ଦୁଇଟି ନୁହେଁ, ପ୍ରଥମ ଥର ପାଇଁ ଏକାଥରେ ତିନି ତିନୋଟି ବିଭାଗରେ ପୁରସ୍କାର ହାସଲ କରି ଚଳିତବର୍ଷ ଏହି ଓଡ଼ିଆ ଫିଲ୍ମ ରେକର୍ଡ ପ୍ରତିଷ୍ଠା କରିଛି।

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମେତ ଶ୍ରେଷ୍ଠ ସଂଳାପ ପାଇଁ ସମ୍ବିତ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ସ୍ପେସାଲ୍‌ ମେନ୍‌ସନ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଏକ ପ୍ରତୀକାତ୍ମକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ମାତ୍ର ଦୁଇଜଣ ଚରିତ୍ରଙ୍କୁ ନେଇ ଶୁଟିଂ ହୋଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ରହିଛନ୍ତି ଅଭିନେତା ପାର୍ଥସାରଥି ରାୟ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର। ପୂର୍ବରୁ ‘ପକ୍ଷୀଲଗ୍ନା’ ଭାବେ ନାମିତ ହୋଇଥିବା ଏହି ଫିଲ୍ମର ନାମ ପରିବର୍ତ୍ତନ ହୋଇ ପରବର୍ତ୍ତୀ ସମୟରେ ‘ହେଲୋ ଆର୍ସୀ’ ରଖାଯାଇଥିବା ବେଳେ ଫିଲ୍ମଟି ରାସ୍ତାରୁ ଆରମ୍ଭ ହୋଇ ରାସ୍ତାରେ ଶେଷ ହୋଇଛି। ପ୍ରାୟ ଏକବର୍ଷ ପୂର୍ବରୁ ରାଉରକେଲାରେ ଶୁଟିଂ ହୋଇଥିବା ଏହି ଫିଲ୍ମ ପାଇଁ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ରଜତ କମଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଅଭିନେତ୍ରୀ ପ୍ରକୁତି ମିଶ୍ର କହିଛନ୍ତି ଯେ ‘ବିଲ୍‌କୁଲ୍‌ ଆଶା କରି ନ ଥିଲି। ଖବର ପାଇବା ପରେ ବହୁତ ଖୁସି ଲାଗୁଛି। ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଥିଲି ଓ ମୋର ଶ୍ରେଷ୍ଠତ୍ୱ ଦେବାକୁ ଚେଷ୍ଟା କରିଥିଲି। ଏଥିପାଇଁ କ୍ରେଡିଟ୍‌ ପୂରା ଟିମ୍‌କୁ ଦେବି। ସମ୍ବିତ୍‌ ସାର୍‌ ତ ଆଜି ନାହାନ୍ତି। ସେ ଥିଲେ ବହୁତ ଖୁସି ହୋଇଥାଆନ୍ତେ। ପ୍ରଯୋଜକ ଅଜୟ ଅଙ୍କଲ ଏବଂ ମୋ ସହ ଅଭିନେତା ପାର୍ଥଙ୍କୁ ମଧ୍ୟ ଏଥିପାଇଁ ଶ୍ରେୟ ଦେବି। ‘ହେଲୋ ଆର୍ସୀ’ ଏକ ସମ୍ବେଦନଶୀଳ ଫିଲ୍ମ। ଏହାକୁ ଦେଖିଲେ ହିଁ ଜଣେ ଏହାର ଗୁରୁତ୍ୱ ଅନୁଭବ କରିପାରିବ। ଖୁବ୍‌ଶୀଘ୍ର ଏହା ପରଦାକୁ ଆସିବ।’

ପଢନ୍ତୁ; ଗ୍ରୀଷ୍ମଦିନରେ ଘରେ କେମିତି ତିଆରି କରିବେ ବାଦାମ ପେସ୍ତା ଲସ୍ସି ଜାଣନ୍ତୁ ?

Related posts

ଆଲୋକନାଥଙ୍କ ନାମରେ ବଳତ୍କାର ଅଭିଯୋଗ

ENO Beuro

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

ENO Beuro

ବକ୍ସ ଅଫିସ : ପଦ୍ମାବତ୍‌ ଆୟ ୧୦୦କୋଟି ଟପିଲା

ENO Beuro

1 comment

Leave a Comment