EnewsOdia.Com

ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

ପୁଣି କଡାକଡି  ହେଲା ଟ୍ରାଫିକ ନିୟମ। ମାର୍ଚ୍ଚ ପହିଲାରୁ ବାଇକ୍‌ ପଛରେ ବସିଥିବା ସମସ୍ତ ଯାତ୍ରୀ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଗଲା। ବର୍ତ୍ତମାନ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରଫିକ ନିୟମ କଡାକଡି ନେଇ ପୁଣି ଥରେ ଚେତାବନି ଦେଇଛନ୍ତି । ଏଣିକି ବାଇକ ପଛରେ ବସଚଥିବା ଆରୋହୀ ଓ ବାଇକ ଚଳାଉଥିବା ବ୍ୟକ୍ତି ଉଭୟଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ ବୋଲି ପରିବହନ ମନ୍ତ୍ରୀ ଚେତାଇ ଦେଇଚନ୍ତି । ସେ କହିଛନ୍ତି, ତିନି ମାସର କଣ୍ଟ ପୂରିବା ପରେ ମାର୍ଚ୍ଚ ପହିଲାରୁ ଏହି ନିୟମ କାର୍ଯ୍ୟକାରୀ ହେବ।

ସୂଚନା ଅନୁସାରେ, ଏଣିକି ବାଇକ ଆରୋହୀ ଏବଂ ଗାଡି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । କେବଳ ଏତିକି ନୁହେଁ, ଏଥିସହିତ କାର ଚାଳକଙ୍କ ସହ  ଗାଡିରେ ବସିଥିବା ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଜାତୀୟ ରାଜପଥ  ତଥା ରାଜ୍ୟ ରାଜପଥରେ ମୋବାଇଲ ଭ୍ୟାନ ବୁଲିବ । ପ୍ରତି ୩୦ କିଲୋମିଟର ବ୍ୟବଧାନରେ ରହିବ ସ୍ୱତନ୍ତ୍ର ସ୍କ୍ୱାର୍ଡ । ତେବେ ଅଧିକ ଷ୍ଟାପ ନିୟୋଜିତ ସହ ଅଧିକ ଗାଡି କିଣିବା ପାଇଁ ଅର୍ଥର ଆବଶ୍ୟକ ରହିଛି ତେଣୁ ଆର୍ଥିକ ସହାୟତା ମିଳିଲେ ସ୍କ୍ୱାର୍ଡ ରଖାଯିବ ବୋଲି କହିଛନ୍ତି  ରାଜ୍ୟ ପରିବହନ ମନ୍ତ୍ରୀ ।

ପଢନ୍ତୁ: ଅହମଦାବାଦରେ ହେବାକୁ ଯାଉଛି ‘ହାଓଡି ଟ୍ରମ୍ପ’

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

Ratnamani Maharana

ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ

Ratnamani Maharana

ଭାରତରେ କରୋନା ନେଲା ଆଉ ଜଣଙ୍କ ଜୀବନ, ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ପାଞ୍ଚ

Ratnamani Maharana

ରାଜଧାନୀରେ ଚାଲିଛି ଗୋଟିଏ ନମ୍ବରରେ ଅନେକ ଗାଡି

Ratnamani Maharana

୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଓ ମାଗଣାରେ ପାଆନ୍ତୁ ପ୍ଲାଟଫର୍ମ ଟିକେଟ

Ratnamani Maharana