News

ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା କେନ୍ଦ୍ର, ମିଳିବ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମର ସୁବିଧା

ବରିଷ୍ଠ ନାଗରିକଙ୍କ ପାଇଁ ଖୋଲିଲା ସହାୟତା କେନ୍ଦ୍ର । ରାଉରକେଲାରେ ଛେଣ୍ଡ ଥାନା ପରିସରରେ ଏଥିପାଇଁ ଜିଲା ପୋଲିସ ପକ୍ଷରୁ ପ୍ରଥମ ଥରପାଇଁ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହାର ମୂଳ ଉଦେଶ୍ୟ ହେଲା, ବରିଷ୍ଠ ନାଗରିକମାନେ ଏଣିକି ନିଜକୁ ଅସୁରକ୍ଷିତ ତଥା ଏକୁଟିଆ ମନେ କରିବେନି ଏବୋଂ ଏହିଠାରେ ଅବସର ବିନୋଦନ ସହ ବାଳଅପରାଧିଙ୍କୁ ସୁଧାରିବାରେ ପ୍ରମୁଖ ଭୁମିକା ଗ୍ରହଣ କରିବେ ।

ଏଠାରେ ମନୋରଂଜନ ସହ ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ପାଇଁ ଏହି କେନ୍ଦ୍ର ତରଫରୁ ବ୍ୟାପକ ବ୍ୟବସ୍ଥା ହେଇଛି । ଏଠାରେ ୨୪ ଘଂଟିଆ ସେବା ଯୋଗାଇବାର ବ୍ୟବସ୍ଥା ସହ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଚେସ୍ ବୋର୍ଡ ଓ ଖବର କାଗଜ ଭଳି ବ୍ୟବସ୍ଥା ମାନ କରାଯାଇଛି । ଏହାସହ ନିଜ ପିଲାମାନଙ୍କଠାରୁ ଦୂରେଇ ରହି କଷ୍ଟ ଭୋଗୁଥିବା ବରିଷ୍ଠ ମାନେ ଏଠାରେ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ପାରିବେ ।

ପରବର୍ତ୍ତୀ ସମୟରେ ଅନ୍ୟ ଥାନାମାନଙ୍କରେ ବି ଏଭଳି କେନ୍ଦ୍ର ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାର ଏସପି କହିଛନ୍ତି ।

ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା କେନ୍ଦ୍ର, ମିଳିବ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମର ସୁବିଧା  ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା କେନ୍ଦ୍ର, ମିଳିବ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମର ସୁବିଧା

ପଢନ୍ତୁ, ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ

Related posts

Odisha Para Athlete Jayanti Behera Had Bagged Gold In World Junior Championships

Krishna Kumar Manoj

ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ

Krishna Kumar Manoj

ତୈଳଦର ୨ ଟଙ୍କା ହ୍ରାସ କଲେ କର୍ଣ୍ଣାଟକ ସରକାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More