POLITICALS

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

ହେମା ଗମାଙ୍ଗ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏଥିନେଇ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି । ତେବେ ବିଭିନ୍ନ କାରଣ ଦର୍ଶାଇ ସେ ଦଳ ଛାଡିଥିବା କହିଛନ୍ତି ।  ପ୍ରକାଶ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ଗତ ନିର୍ବାଚନରେ ଲକ୍ଷ୍ମୀପୁରରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ।

ସୂଚନାଯୋଗ୍ୟ ଯେ କଂଗ୍ରେସ ଦଳ ସହିତ ନିଜର ଦୀର୍ଘ ଦିନର ରାଜନୈତିକ ସମ୍ପର୍କ ଛିନ୍ନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୂର୍ବତନ ସାଂସଦ ତଥା ଗିରିଧର ଗମାଙ୍ଗଙ୍କ ପତ୍ନୀ ବିଜେପିରେ ଯୋଗ ନ ଦେଇ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ଦଳରେ ସାମିଲ ହୋଇଥିଲେ ।

ଏପରିକି ୨୦୧୪ ମସିହାରେ ସେ ବିଜେଡି ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ । ମାତ୍ର ପରାଜିତ ହୋଇଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ହେମା କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି ।

ପଢନ୍ତୁ ;

ବିଳମ୍ବରେ ବିବାହ କଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

Related posts

Nirmala Sitharaman Today Taken Charge Of The Defence Ministry

ENO Beuro

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

ENO Beuro

ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା: ୧୦ଟି ସିଟରୁ ବିଜେପି ହାତେଇ ନେଇଛି ୯ଟି ସିଟ୍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More