February 17, 2019

ଖୁବଶୀଘ୍ର କଂଗ୍ରେସର ‘ହାତ’ ଧରିବେ ହେମା

hema

ଘର ବାହୁଡିବେ ପୂର୍ବତନ ସାଂସଦ ହେମା ଗମାଙ୍ଗ

ପୂର୍ବତନ ସାଂସଦ ହେମା ଗମାଙ୍ଗ କଂଗ୍ରେସକୁ ଫେରିବେ । ଏଥିପାଇଁ ସେ ଦିଲ୍ଲୀରେ ଡେରା ପକାଇଛନ୍ତି। ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ସେ ନିଜର ପ୍ରତ୍ୟାବର୍ତନ ସମ୍ପର୍କରେ ଆଲୋଚନା କରିଛନ୍ତି। ଯଦି ହେମା କଂଗ୍ରେସରେ ଯୋଗ ଦେବେ, ତା’ହେଲେ ଏହା ତାଙ୍କ ଘର ବାହୁଡ଼ା କହିଲେ ଭୁଲ୍ ହେବ ନାହିଁ । କାରଣ କଂଗ୍ରେସ ଟିକେଟ୍‌ରେ ସେ ୧୯୯୯ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ସେତେବେଳେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜୟ ହାସଲ କରିଥିଲେ ।

୨୦୧୪ ପୂର୍ବରୁ କଂଗ୍ରେସ ସହ ଦୀର୍ଘ ଦିନର ସର୍ମ୍ପକ ତୁଟାଇ ବିଜେଡିରେ ମିଶିଥିଲେ ହେମା । ନବୀନଙ୍କ ଉପସ୍ଥିତିରେ ହାତ ଛାଡି ଶଙ୍ଖ ଧରିଥିଲେ ହେମା ।ଗତବର୍ଷ ଏପ୍ରିଲ ମାସରେ ବିଭିନ୍ନ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିଲେ ହେମା । ଏପରିକି ସେତେବେଳେ ହେମା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସେପଟେ ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ହେମା ଗମାଙ୍ଗ ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ତାରା ।

ପଢନ୍ତୁ;  ୨୭ରେ ବରଗଡ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More