Entertainment

‘ରାଇଜିଙ୍ଗ ଷ୍ଟାର-୨’ ସୋ’ର ବିଜେତା ହେଲେ ହେମନ୍ତ ବ୍ରିଜବାସୀ

ହେମନ୍ତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ରୋହନପ୍ରୀତ

ଦେଶର ପ୍ରଥମ ଲାଇଭ ସୋ’ ଭାବେ ପରିଚିତ ରାଇଜିଙ୍ଗ ଷ୍ଟାରର ଦ୍ୱିତୀୟ ସଂସ୍କରଣର ବିଜେତା ଘୋଷଣା କରାଯାଇଛି । ସଂଗୀତଭିତ୍ତିକ ଏହି ରିଆଲି ସୋ’ରେ ବିଜେତା ସାଜିଛନ୍ତି ମଥୁରାର ହେମନ୍ତ ବ୍ରିଜବାସୀ । ଏହା ପୂର୍ବରୁ ମଧ୍ୟ ହେମନ୍ତ ପ୍ରାୟ ୯ ବର୍ଷ ପୂର୍ବେ ଜିଟିଭି ସୋ’ ସାରେଗାମାପା ଲିଟିଲ ଚାମ୍ପସ୍‌ର ବିଜେତା ହୋଇ ସାରିଛନ୍ତି ।

ଗତ ରବିବାର ଦିନ ରିଆଲିଟି ସୋ’ର ଫାଇନାଲରେ ସୋଚ କି ଦିଓ୍ଵାର ଉଠାଇ ବିଜେତା ହୋଇଛନ୍ତି ହେମନ୍ତ । ତାଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ହେମନ୍ତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ରୋହନପ୍ରୀତ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି କେରଳର ବଷ୍ଣୁମୟ ରମେଶ ।

ହେମନ୍ତ ପ୍ରଥମ ଥର ପାଇଁ କୌଣସି ରିଆଲିଟି ସୋ’ରେ ଭାଗ ନେଉ ନାହାନ୍ତି ।  ସେ ଏହା ପୂର୍ବରୁ ଇଣ୍ଡିଆର ଗଟ ଟ୍ୟାଲେଣ୍ଟ ଏବଂ ଜୋ ଜିତା ଓ୍ଵହି ସିକନ୍ଦର ଆଦି ରିଆଲିଟି ସୋ’ରେ ପ୍ରତିଯୋଗୀ ରହିସାରିଛନ୍ତି ।

ପଢନ୍ତୁ ;

ହ୍ୱାଟ୍‌ସଆପ୍‌ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର

Related posts

ଗର୍ଲଫେଣ୍ଡଙ୍କ ଘରର ଆଲମାରୀରେ ଲୁଚିଥିବା ବେଳେ କିପରି ଧରାପଡିଥିଲେ ସଲମାନ?

ENO Beuro

ଆଶିକୀ-୩ ସିନେମାରେ ଦେଖିବାକୁ ମିଳିବ ଆଲିଆ ଓ ସିଦ୍ଧାର୍ଥଙ୍କ ରୋମାନ୍ସ

ENO Beuro

ଆସନ୍ତୁ ଜାଣିବା, ଅଭିନେତ୍ରୀ ମହାଶ୍ୱେତାଙ୍କ ସଂପର୍କରେ କିଛି ଅଜଣା କଥା

ENO Beuro

2 comments

Leave a Comment