EnewsOdia.Com

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌କୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ପାଇଁ ଔଷଧ ଆବିଷ୍କାର କରିଥିବା ତାମିଲନାଡ଼ୁର ଜଣେ ଆୟୁର୍ବେଦ ଡାକ୍ତର ଦାବି କରିଛନ୍ତି।

ଚେନ୍ନାଇର ରଥନା ସିଦ୍ଧ ହସ୍ପିଟାଲରେ ବିଗତ ୨୫ ବର୍ଷ ଧରି ଜଣେ ଆୟୁର୍ବେଦ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଥାନିକାସାଲାମ ଭେନି ଏହି ଦାବି କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ଡାକ୍ତର ଭେନି କହିଛନ୍ତି ଯେ ବିଭିନ୍ନ ଔଷଧୀୟ ବୃକ୍ଷର ରସ ଓ ଜଡ଼ିବୁଟିକୁ ଏକତ୍ର କରି ଏହି ଔଷଧକୁ ପ୍ରସ୍ତୁତ କରାଯାଇଛି।

 

କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଆରୋଗ୍ୟ ନିମନ୍ତେ ଏଯାବତ୍‌ କୌଣସି ଔଷଧ ବାହାରି ନ ଥିବା ବେଳେ ଏ କ୍ଷେତ୍ରରେ ଏହା ପ୍ରଥମ ଆବିଷ୍କାର।  ଏହି ଔଷଧ ସେବନ ଦ୍ୱାରା କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରା ଯାଇ ପାରୁଥିବା ସେ ଦାବୀ କରିଛନ୍ତି। ଡାକ୍ତର ଭେନି ତାଙ୍କ ଟିମ୍‌ରେ ଥିବା ୪୦ ଜଣ ଡାକ୍ତରଙ୍କୁ ଧରି ୨୪ ଘଣ୍ଟା ପରିଶ୍ରମ କରି ଏହି ଔଷଧକୁ ପ୍ରସ୍ତୁତ କରିଥିବା କହିଛନ୍ତି। କରୋନା ଆକ୍ରାନ୍ତଙ୍କ ସଫଳ ଚିକିତ୍ସା ନିମନ୍ତେ ଏହି ଔଷଧର ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ୍‌ ସରକାର ତାଙ୍କ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ପଢନ୍ତୁ: ଆଉ ୩ ଦିନ ପରେ ଫାଶୀ ପାଇବେ ନିର୍ଭୟା ଦୋଷୀ, ଫାଶୀ ପୂର୍ବରୁ ଭେଟିଲେ ପରିବାରଲୋକଙ୍କୁ

ସମ୍ବନ୍ଧିତ ଖବର

ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

Ratnamani Maharana

୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

Ratnamani Maharana

ଓଭରୱେଟ ଯୋଗୁ ଉଡ଼ିପାରୁ ନ ଥିଲା ପେଚା, ଦୁଇ ସପ୍ତାହ Dietରେ ରହିଲା

Ratnamani Maharana

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଅର୍ଥନୀତିରେ ନୋବେଲ

Ratnamani Maharana

ମାର୍ଚ୍ଚ ୧୬ ରୁ ବନ୍ଦ ହୋଇଯିବ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ଏହି ସେବା

Ratnamani Maharana

ମଦ୍ୟପାନରେ ତ୍ରିପୁରା ଦେଶର ଏକ ନମ୍ବର ରାଜ୍ୟ

Ratnamani Maharana