EnewsOdia.Com

ଆପାର୍ଟମେଣ୍ଟରେ ରହି ପାର୍କିଂରୁ ବିକ୍ରି କରୁଥିଲା ଚୋରା ଗାଡ଼ି

ଭୁବନେଶ୍ୱରରେ ପୁଣି ମାତିଲେ ହାଇଟେକ୍‌ ଲୁଟେରା । ଆଜି ସୁନ୍ଦରପଦା ଅଞ୍ଚଳରୁ ଜଣେ ହାଇ ପ୍ରୋଫାଇଲ୍‌ ଚୋରକୁ ଗିରଫ କରିଛି ପୋଲିସ । ଯୁବକ ଜଣକ ଏକ ଆପାର୍ଟମେଣ୍ଟରେ ରହୁଥିବା ବେଳେ, ସେହି ଆପାର୍ଟମେଣ୍ଟ ପାର୍କିଂରେ ଗାଡ଼ି ଚୋରି କରି ଆଣି ରଖୁଥିଲା । ଆଉ ସେସବୁକୁ ସେଠାରୁ ବିକ୍ରି କରୁଥିଲା । ଚୋରା ଗାଡ଼ି ବିକ୍ରି କରିବା ପାଇଁ ଯୁବକ ଜଣକ ନିଜକୁ ଏକ ହାଇଫାଇ ଷ୍ଟାଟସ୍‌ ମେଣ୍ଟନ୍‌ କରୁଥିବା ଭଳି ସଜେଇ ରଖିଛି । ଦାମୀ ପୋଷାକ ସହ ଦାମୀ ଗାଡ଼ି ମଧ୍ୟ ବ୍ୟବହାର କରୁଛି ଚୋର । ତେବେ ଯୁବକ ଜଣକ ଏକାଧିକ ଗାଡ଼ି ବ୍ୟବହାର କରୁଥିବା ବେଳେ ଏକାଧିକ ଗାଡ଼ି ଆଣି ଆପାର୍ଟମେଣ୍ଟରେ ରଖିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ଉପୁଜିଥିଲା ।

ଲୋକମାନେ କିଛି ଦିନ ନିରିକ୍ଷଣ କରିବା ପରେ ଚୋରକୁ କାବୁ କରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଗିରଫ କରିବା ସହ ଆପାର୍ଟମେଣ୍ଟରୁ 10 ଚୋରା ଗାଡ଼ିକୁ ଜବତ କରିଛି । ସୁନ୍ଦରପଦାର ହାଇଟେକ୍‌ ପ୍ଲାଜାରେ ଘଟିଛି ଏଭଳି ଘଟଣା ।

ପଢନ୍ତୁ: ପ୍ରମିଜ୍‌ ଡେ’ରେ ଛେଚା ଖାଇଲେ ପ୍ରେମୀ ଯୁଗଳ

ସମ୍ବନ୍ଧିତ ଖବର

ନିଜ ଫଟୋ ମୋବାଇଲରେ ଦେଖି ଆଶ୍ଚର୍ଯ୍ୟ ହୋଯାଉଛନ୍ତି ବଣ୍ଡା ଜନଜାତି

Ratnamani Maharana

ଭାଲେଣ୍ଟାଇନ ଡେ’ରେ ଟାର୍ଗେଟ କରିବ କଳିଙ୍ଗ ସେନା, ସୁରକ୍ଷା ଦେବ କମିସନରେଟ ପୁଲିସ

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana

ଜଷ୍ଟିସ ଏସ୍‌.ଏ. ବବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

Ratnamani Maharana

ମାତ୍ର ୧ଟଙ୍କାରେ ୧ଜିବି ଡାଟା, ଜିଓକୁ ଟକ୍କର ଦେବାପାଇଁ ଟେଲିକମ୍ ଦୁନିଆରେ ଓହ୍ଲାଇଲା ଆଉ ଏକ କମ୍ପାନୀ

Ratnamani Maharana

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

Ratnamani Maharana