ରେଳପଥରେ ଓଡ଼ିଶାକୁ ଦିଆଯାଇଛି ମୋଟା ଅର୍ଥ:ଧର୍ମେନ୍ଦ୍ର

ସମ୍ବଲପୁରରେ ବିଭିନ୍ନ ଜନକଲ୍ୟାଣ ରେଳ ପ୍ରକଳ୍ପର ଉଦଘାଟନ

ପୂର୍ବର ଉପା ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଓଡିଶାକୁ ରେଳପଥରେ ମୋଟା ପରିମାଣର ଅର୍ଥ ଯୋଗାଇ ଦିଆଯାଇଛି।ସମ୍ବଲପୁରରେ ବିଭିନ୍ନ କଲ୍ୟାଣକାରୀ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଭୀତିପ୍ରସ୍ତର ସ୍ଥାପନ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି।ସେ କହିଛନ୍ତି ଯେ ୨୦୦୯-୨୦୧୪ ମଧ୍ୟରେ ରେଳ ବଜେଟରେ ଓଡ଼ିଶାକୁ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଆସୁଥିଲା।

୨୦୧୪ ରୁ ୨୦୧୮ ମଧ୍ୟରେ ମୋଦୀଙ୍କ ସମୟରେ ରାଜ୍ୟକୁ ରେଳ ବଜେଟ ପରିମାଣ ବଢି ୪୬୮୭ କୋଟି ଟଙ୍କ। ହୋଇଛି। ରେଳପଥର ବିଭିନ୍ନ ପ୍ରକଳ୍ପରେ ଏବର୍ଷ ଓଡ଼ିଶାକୁ ୬୮୯୨କୋଟି ଟଙ୍କା ଦିଆଯାଇଛି।ସମ୍ବଲପୁରରେ ରେଳଷ୍ଟେସନରେ ଏସ୍କାଲାଟର ସ୍ଥାପନ ଦ୍ଵାରା ବୟସ୍କ ଓ ବିକଳାଙ୍ଗ ଲୋକ ବେଶ ଉପକୃତ ହେବେ।ପ୍ରାୟ ୮ କୋଟି ଟଙ୍କ। ଖର୍ଚରେ ଏହି ଏସ୍କାଲାଟର ସ୍ଥାପନ ହେବ।ସେହିଭଳି ବରଗଡରେ ନଡ।ରୁ ଇଥାନଲ ଉତ୍ପାଦନ ପାଇଁ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ପ୍ରକଳ୍ପକୁ ଶୁଭାରମ୍ଭ କରାଯାଉଛି।

ପଢନ୍ତୁ:ଫୁଲୱାମ।ରେ ଆତଙ୍କବାଦୀ ହମଲା:୪୪ ଯବାନ ସହିଦ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More