ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ୨୬ରୁ ଆନ୍ଦୋଳନକୁ ଓହ୍ଲାଇବେ ହାଇସ୍କୁଲ ଶିକ୍ଷକ। ରାଜ୍ୟ ସରକାର ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା ଏସବୁ ଦାବି ଦିଗରେ ପଦକ୍ଷେପ ନନେବେ ତା’ହେଲେ ରାଜ୍ୟର ପ୍ରାୟ ୪୮୪୮ଟି ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ଯିବାକୁ ବାଧ୍ୟ ହେବେ ।
ଦିନ ଯେତିକି ଗଡ଼ୁଛି, ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସେତିକି ବ୍ୟାପକ ହେବାରେ ଲାଗିଛି। ରାଜ୍ୟ ଓ ଦେଶର ଗୋଟିଏ ପରେ ଗୋଟିଏ ଶିକ୍ଷକ ସଙ୍ଗଠନ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମର୍ଥନ ଜଣାଇବାକୁ ଆଗେଇ ଆସୁଥିବାରୁ ରାଜ୍ୟ ସରକାର ଏବେ ଅକଳରେ ପଡ଼ିଛନ୍ତି। କେଉଁ ପନ୍ଥା ଆପଣାଇ ଶିକ୍ଷକ ଆନ୍ଦୋଳନକୁ ପ୍ରଶମିତ କରିବେ ଦୁଇ ଦିନ ହେଲା ସେନେଇ ଘନଘନ ବୈଠକ କରାଯାଉଛି।ତେବେ ଏଥିମଧ୍ୟରେ ସନ୍ତା ୨୬ତାରିଖରେ ଆନ୍ଦୋଳନକୁ ଓହ୍ଲାଇବାକୁ ରାଜ୍ୟର ହାଇସ୍କୁଲ ଶିକ୍ଷକ ସଂଘ ଚେତାନୀ ଦେଇଛି । ଓଡ଼ିଶା ସରକାରୀ ହାଇସ୍କୁଲ ନୂଆ ପେନସନ ସ୍କିମ ଶିକ୍ଷକ ସଂଘ ବ୍ୟାନରରେ ହଜାର ହଜାର ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଆଜି ଘୋଷଣା କରିଛନ୍ତି ।
ଓଡ଼ିଶା ସରକାରୀ ହାଇସ୍କୁଲ ନୂଆ ପେନସନ ସ୍କିମ୍ ଶିକ୍ଷକ ସଂଘ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, ରାଜ୍ୟ ସରକାର ଯଦି ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା ସେମାନଙ୍କର ଦାବିର ସମାଧାନ ଦିଗରେ ପଦକ୍ଷେପ ନନେବେ ତା’ହେଲେ ସେମାନେ ବାଧ୍ୟ ହୋଇ ୨୬ତାରିଖରୁ ସମୂହ ଛୁଟିରେ ଯିବେ । ସଂଘ ପକ୍ଷରୁ ଠିକା ଶିକ୍ଷକଙ୍କ ଚାକିରି ନିୟମିତକରଣ, ସର୍ଭିସ ରେକର୍ଡରେ ୬ବର୍ଷର ଠିକା ଅବଧିକୁ ସାମିଲ, ଇନକ୍ରିମେଂଟ ଓ ପେନସନ୍ ସ୍କିମ୍ ଦାବି କରାଯାଇଛି । ଯଦି ରାଜ୍ୟ ସରକାର ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା ଏସବୁ ଦାବି ଦିଗରେ ପଦକ୍ଷେପ ନନେବେ ତା’ହେଲେ ରାଜ୍ୟର ପ୍ରାୟ ୪୮୪୮ଟି ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ଯିବାକୁ ବାଧ୍ୟ ହେବେ । ଆଉ ରାଜ୍ୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ପାଇଁ ସେମାନେ ଦାୟୀ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।