Loading...

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା

ସାଧାରଣରେ ମଧ୍ୟ ହାଇ ସିକ୍ଯୁରିଟ ନମ୍ବର ପ୍ଲେଟକୁ ନେଇ ତେଜୁଛି ଅସନ୍ତୋଷ । କେଉଁଠି ସ୍ଲଟ୍ ବୁକିଂ ହୋଇପାରୁନି ତ ଆଉ କେଉଁଠି ନେଟ୍ଓ୍ୱର୍କ ସମସ୍ୟା । ହାତରେ ଆଉ ମାତ୍ର ୨ ଦିନ ।

ହାଇସିକ୍ୟୁରିଟି  ନମ୍ବର ପ୍ଳେଟ୍ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ । ଆବଶ୍ୟକ ଭିତ୍ତିଭୂମି ନଥାଇ ନିୟମ କାର୍ଯ୍ୟକାରୀ କରିବା ଲାଗି ଡେଡଲାଇନ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ସେ ନେଇ ଜଣାଇବାକୁ କୋର୍ଟ କହିଛନ୍ତି । ଅପରପକ୍ଷରେ ବିଭିନ୍ନ ସ୍ଥାନରେ ସ୍ଳଟ୍ ବୁକିଂ କରିବାରେ ଲୋକେ ଏବେ ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅକ୍ଟୋବର ପହିଲାରୁ ହାଇସିକ୍ୟୁରିଟି  ନମ୍ବର ପ୍ଳେଟ୍ ଚେକିଂ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଥିଲା ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମୟସୀମାକ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଆବଶ୍ୟକ ଭିତ୍ତିଭୂମି ନଥିବା ଓ ଗାଡ଼ି ଚାଳକମାନେ ସ୍ଲଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥବାରୁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ସମ୍ପର୍କରେ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ୍ କିଭଳି ଦେଲ ବୋଲି କୋର୍ଟ ପଚାରିଛନ୍ତି । ତାଛଡ଼ା ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍ ବ୍ୟବସ୍ଥା ନଥିବାରୁ ନୂଆ ନମ୍ବର ପ୍ଳେଟ୍ ବୁକ୍ କରିବା ସମ୍ଭବ ହେଉନାହଁ । ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ, ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ସାଧାରଣରେ ମଧ୍ୟ ହାଇ ସିକ୍ଯୁରିଟ ନମ୍ବର ପ୍ଲେଟକୁ ନେଇ ତେଜୁଛି ଅସନ୍ତୋଷ । କେଉଁଠି ସ୍ଲଟ୍ ବୁକିଂ ହୋଇପାରୁନି ତ ଆଉ କେଉଁଠି ନେଟ୍ଓ୍ୱର୍କ ସମସ୍ୟା । ହାତରେ ଆଉ ମାତ୍ର ୨ ଦିନ । ଏଭଳି ପରିସ୍ଥିତିରେ କିଭଳି ନୂଆ ନମ୍ବର ପ୍ଲେଟ ଆବେଦନ କରିବେ ଚିନ୍ତାରେ ଗ୍ରାହକ । ୨ ଦିନ ଭିତରେ ସ୍ଲଟ୍ ବୁକିଂ ହୋଇପାରୁନି, ତା ହେଲେ ଅକ୍ଟୋବର ୧ ରୁ ଜରିମାନା ଗଣିବା ଥୟ ।ଆସନ୍ତା ୩୦ ତାରିଖରେ ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି ଶେଷ ହେଉଛି । ଏହାପରେ କଡ଼ାକଡ଼ି ଯାଞ୍ଚ କରାଯାଇ ଫାଇନ୍ ଆଦାୟ ହେବ ବୋଲି ପୂର୍ବରୁ ପରିବହନ ବିଭାଗ ସ୍ପଷ୍ଟ କରିସାରିଛି । ତେବେ ନୂଆ ନମ୍ବର ପ୍ଳେଟ୍ ଲଗାଇ ନଥିଲେ ମଧ୍ୟ ଏଥିପାଇଁ ସ୍ଳଟ୍ ବୁକ୍ କରିଥିଲେ ଫାଇନ୍ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.