News

ଚାଲିବ ମୁମ୍ବାଇ ଅହମ୍ମଦାବାଦ ମଧ୍ୟରେ ବୁଲେଟ ଟ୍ରେନ

ଘଣ୍ଟା ପିଛା ବେଗ ୩୨୦ କିମି

ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ବୁଲେଟ ଟ୍ରେନ ପ୍ରତି ୨୦ମିନିଟ ବ୍ୟବଧାନରେ ଚଳଚଳ କରିବ । ଦିନକୁ ୭୦ ଟ୍ରିପରେ ଯାତ୍ରୀଙ୍କୁ ବୋହିବା । ୧୨ଟି ଷ୍ଟେଶନ ଦେଇ ଚଳଚଳ କରିବ । ନ୍ୟାଶନାଲ୍ ହାଇସ୍ପିଡ ରେଲୱେ କର୍ପୋରେଶନ୍ ଲିମିଟେଡ ର ଜେନ ବରିଷ୍ଠ ଅଧିକାରୀ ଶୁକ୍ରବାର ଏହା କହିଛନ୍ତି ।

ତାଙ୍କ କହିବାଅନୁଯାୟୀ ଦେଶର ଏହି ପ୍ରଥମ ବୁଲେଟ ଟ୍ରେନ ନିମନ୍ତେ ରୁଟ୍ ଉନ୍ମୋଚନ କରାଯାଇଛି । ୨୦୨୨ ଅଗଷ୍ଟ ୧୫ ରେ ଏହାର ଚଳଚଳ ପାଇଁ ଲକ୍ଷ ରଖାଯାଇଛି । ପ୍ରାଥମିକ ଭାବେ ଏହାର ୧୦ଟି ବଗି ରହିବା । ସିଟ୍ କ୍ଷମତା ୭୫୦ ହେବ । ଅହମ୍ମଦାବାଦର ସାବରମତିରୁ ଏହା ପ୍ରତି ୨୦ ମିନିଟ ରେ ଛାଡି ମୁମ୍ବାଇ ଯାତ୍ରା କରିବ ।

ଏହାର ଘଣ୍ଟା ପ୍ରତି ସର୍ବାଧିକ ବେଗ ୩୫୦ କିଲୋମିଟର ଥିବା ବେଳେ ଏହା ୩୨୦ କିମି ବେଗରେ ଗତି କରିବ । ଗତବର୍ଷ ସେପ୍ଟେମ୍ବରରେ ଗୁଜୁରାଟର ଅହମ୍ମଦାବାଦ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ବୁଲେଟ ଟ୍ରେନ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ୫୦୮ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପରେ ୧.୧ ଲକ୍ଷ କୋଟି ତାଙ୍କ ଖର୍ଚ ହେବ ।

ବୁଲେଟ ଟ୍ରେନ ସେବା ପାଇଁ ଆମେ ୩୫ ଜୋଡା ଟ୍ରେନ ଚଳଚଳ ପାଇଁ ଯୋଜନା କରୁଛୁ ବୋଲି ଶ୍ରୀ ଧନଞ୍ଜୟ କୁମାର କହିଛନ୍ତି ।

ଚାଲିବ ମୁମ୍ବାଇ ଅହମ୍ମଦାବାଦ ମଧ୍ୟରେ ବୁଲେଟ ଟ୍ରେନ News 6

ପଢନ୍ତୁ ;

ଚାଣକ୍ୟ ନୀତିରେ ସଫଳ ବିବାହ ପାଇଁ କିଛି ଉପାୟ

Related posts

ଛାତ୍ରବାସରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ, ରାଜସ୍ଥାନ ସରକାର

ENO Beuro

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ENO Beuro

ଇମରାନ ଖାନଙ୍କୁ ଭଗବାନ ଶିବଙ୍କ ରୂପରେ ଚିତ୍ରଣ କଲେ ବିରୋଧୀ ଦଳ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More