News

ପ୍ରଚଣ୍ଡ ତାତି! ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଡେଇଁଲା

By ENO Beuro

April 18, 2018

ରାଜ୍ୟରେ ଗତ ଦୁଇ ତିନି ଦିନ ହେବ ପ୍ରଚଣ୍ଡ ତାତି ଅନୁଭୂତ ହେଉଛି। ପ୍ରବଳ ଗରମ ହାଓ୍ବା ପରିବେଶକୁ ଉତ୍ତପ୍ତ କରିଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଯାଉଛି ତାତି। ସନ୍ଧ୍ୟା ପର୍ଯ୍ୟନ୍ତ ତତଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଓ କେତେକ ସ୍ଥାନରେ ୪୨ ଡିଗ୍ରୀ ସେଲସିୟସକୁ ଟପିଯାଉଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ତାଳଚେରରେ ସର୍ବାଧିକ ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ ୪୨.୫, ଅନୁଗୋଳ ୪୨.୧, ସମ୍ବଲପୁର ୪୧.୪, ଚାନ୍ଦବାଲି ୪୦.୮, କଟକ ୩୯.୨, ଭୁବନେଶ୍ୱର ୪୦.୬, ଝାରସୁଗୁଡା ୪୦.୮, ହୀରାକୁଦ ୪୦.୩, ଭବାନୀପାଟଣା ୪୧, ବଲାଙ୍ଗୀର ୪୧.୮, ମାଲକାନଗିରି ୪୦.୪ ଏବଂ ଢେଙ୍କାନାଳରେ ୪୦.୮ ଡିଗ୍ରୀ ସେଲସିୟସ ରହିଛି।

ଚଳିତବର୍ଷ ପ୍ରଥମ ଥର ଲାଗି ଏପ୍ରିଲରେ ଏଭଳି ତାତି ଅନୁଭୂତ ହୋଇଛି।

ଗୋଟିଏ ଦିନରେ ୩ଟି ସହରର ତାପମାତ୍ରା ୪୨ଡିଗ୍ରୀ ଟପିବା ପ୍ରଥମ ଘଟଣା ବୋଲି ପାଣିପାଗ କାର୍ଯ୍ୟାଳୟ କହିଛି। ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୬ଟି ସହରର ତାପମାତ୍ରା ୪୧ଡିଗ୍ରୀ ଟପିଛି। ସକାଳୁ ପାଗ ମେଘୁଆ ରହୁଥିଲେ ବି ୧୦ଟା ପରେ ଅବସ୍ଥା ଆହୁରି ଭୟଙ୍କର ଦେଖାଯାଉଛି।

ପଢନ୍ତୁ;ଏଟିଏମ୍ ରେ ନାହିଁ ଟଙ୍କା , ସାରା ରାଜ୍ୟରେ ଟଙ୍କା ପାଇଁ ହାହାକାର!