EnewsOdia.Com

ବିଜେଡ଼ି ରାଲି ପାଇଁ ରାଜ୍ୟ ପୁଲିସକୁ ହାଇକୋର୍ଟର ଜବାବତଲବ

ସାରା ରାଜ୍ୟରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବାପରେ ପୋଲିସ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିଛି । ପୋଲିସର କଡା ସୁରକ୍ଷା ସତ୍ବେ କିଭଳି ଗହଳି ଭିତରୁ ପୁଲିସ୍‌ ଆଖିରେ ଧୂଳି ଦେଇ ଖସି ଯାଉଥିବା ଉଲ୍ଲଂଘନକାରୀଙ୍କ ନିକଟରେ ପହଞ୍ଚି ଯାଉଛି ଅଟୋମେଟିକ ଚାଲାଣ । କିନ୍ତୁ ଗତ ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିନା ହେଲମେଟ୍‌ରେ ଶତାଧିକ ଗାଡ଼ି ଧରି ରାଲି କରିଥିଲେ । ରାଲିରେ ବାଇକ୍‌ ପଛ ସିଟରେ ମଧ୍ୟ ବସିଥିବା ଦଳୀୟ ନେତା ଓ ସମର୍ଥକମାନେ ହେଲମେଟ ପିନ୍ଧିନଥିଲେ । ପୁଲିସ୍‌ରେ ସଂସ୍କାର ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଏହି ଜବାବ ତଲବ କରିଛନ୍ତି ।

ଏହି ମାମଲାର ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଆଧାରରେ ଜବାବ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆମିକସ୍‌କ୍ୟୁରୀ ଗୌତମ ମୁଖାର୍ଜୀ ଦର୍ଶାଇଥିଲେ, ଗତ ୨୬ତାରିଖରେ ବିଜେଡି ରାଲିରେ ଶହ ଶହ ଲୋକ ଯୋଗଦେଇଥିଲେ । ଏମାନେ ବିନା ହେଲମେଟରେ ବାଇକ ରାଲି କରୁଥିଲେ ମଧ୍ୟ ପୁଲିସ ସେମାନଙ୍କୁ କିପରି ସୁରକ୍ଷା ଯୋଗାଇଥିଲା ବୋଲି ସେ ରିପୋର୍ଟରେ ଦର୍ଶାଇଥିଲେ । ଆମିକସ୍‌କ୍ୟୁରୀଙ୍କ ରିପୋର୍ଟ ପାଇବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ପଢନ୍ତୁ: ରାଜଧାନୀରେ ବିରଳ ଧଳା ଭାଲୁ ଛୁଆ ଉଦ୍ଧାର

ସମ୍ବନ୍ଧିତ ଖବର

ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ

Ratnamani Maharana

୧୭ଶହ ଡେଇଁଲାଣି କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

Ratnamani Maharana

ରଥଯାତ୍ରା ବନ୍ଦ ହେଲେ ଏହା ହାନିକାରକ ନୁହେଁ: ମୁକ୍ତିମଣ୍ଡପ

admin

ପକ୍ଷୀ ପ୍ରେମରେ ଛାଡିଦେଲେ ଇଂଜିନିୟରିଙ୍ଗ ଚାକିରି

Ratnamani Maharana

ସମଲିଙ୍ଗି ସମ୍ପର୍କରେ କିଏ କାହାର ‘ଚୁମ୍ବକ’

Ratnamani Maharana

ପିଆଜ ଦରବୃଦ୍ଧି ଋଣଗ୍ରସ୍ତରୁ ବନେଇଦେଲା କୋଟିପତି

Ratnamani Maharana