News

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

44349403751 0446dd3701 O

ଯୁକ୍ତ୨ ପରେ ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଖୋଦ୍‌ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବି ଏକଥାକୁ ସ୍ବୀକାର କରିଛନ୍ତି। ଗତକାଲି ଅନୁଷ୍ଠିତ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଦର୍ଶାଇଥିଲେ ଯେ ପ୍ରତିବର୍ଷ ପ୍ରାୟ ସାଢ଼େ ୪ ଲକ୍ଷ ପିଲା ମାଟ୍ରିକ୍‌ ପାସ୍‌ କରୁଛନ୍ତି। ସେମାନଙ୍କ ମଧ୍ୟରୁ ସାଢ଼େ ୩ ଲକ୍ଷ ପିଲା ଯୁକ୍ତ୨ରେ ନାମ ଲେଖା‌ଉଛନ୍ତି। ଆଉ ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଅନ୍ୟ ପାଠ୍ୟକ୍ରମକୁ ଯାଉଛନ୍ତି। ତେବେ ଯୁକ୍ତ୨ରେ ପାସ୍‌ ପରେ ପ୍ରାୟ ୪୦ ପ୍ରତିଶତ ପିଲା ଉଚ୍ଚଶିକ୍ଷା‌ ଗ୍ରହଣ  କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁଥିପାଇଁ ଯୁକ୍ତ୩ରେ ୮୦ ହଜାର ସିଟ୍‌ ଖାଲି ପଡ଼ୁଛି।

 

ଏହାପଛରେ କ’ଣ କାରଣ ରହିଛି? କାହିଁକି ଉଚ୍ଚଶିକ୍ଷା ପାଇଁ ପିଲା ଆସୁନାହାନ୍ତି? କଲେଜରେ ପାଠପଢ଼ା ହେଉନି ନା ଆଉ କେଉଁଠି ଅସୁବିଧା ରହୁଛି? ଯଦି ପିଲାମାନେ ଅର୍ଥ ଖର୍ଚ୍ଚ କରି ଘରୋଇ କଲେଜରେ ପଢ଼ିବାକୁ ଯାଉଛନ୍ତି ତେବେ ମାଗଣା ପଢ଼ିବାକୁ କାହିଁକି ଆସିବେ ନାହିଁ ? କଲେଜ ଅଧ୍ୟକ୍ଷମାନେ ଏଥିପ୍ରତି ଗୁରୁତ୍ବ ଦେବା ସହ ଶୈକ୍ଷିକ ବାତାବରଣ ଉପରେ ଫୋକସ୍‌ କରିବା ଆବଶ୍ୟକ।

ପଢନ୍ତୁ: ଚର୍ଚ୍ଚାରେ ମିଶନ ଶକ୍ତିର ଡାଇରେକ୍ଟର ମିସେସ୍‌ ପଣ୍ଡିଆନ୍‌

Related posts

ଏମଡିଏଚ ମସଲା ବିକ୍ରି ବନ୍ଦ ନିର୍ଦ୍ଦେଶ, ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା

Ratnamani Moharana

ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଠିକାଦାର ସଂପୂର୍ଣ୍ଣ ଦାୟୀ , ଇଂଜିନିୟରଙ୍କୁ କ୍ଲିନଚିଟ୍

ENO Beuro

ଅପହରଣ ପରେ ବଳାତ୍କାର

ENO Beuro

Leave a Comment