News

ଛାତ୍ର ସଂସଦରେ ଏଥର ଇଲେକ୍ସନ ବଦଳରେ ହେବ ସିଲେକ୍ସନ

College Election 00000 750x430

ରାଜ୍ୟ ସରକାର ପୁଣି ଥରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି। ଆଜି ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ କଲେଜ ପ୍ରିନ୍ସିପାଲ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର  ଚିଠି ଲେଖି ଅବଗତ କରିଛନ୍ତି। ଏଣିକି ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ହେବ ସେଇଠି ଛାତ୍ର ପ୍ରତିନିଧି ମନୋନୟନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର କୁଳପତି,  ସମସ୍ତ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଛାତ୍ର-ଛାତ୍ରୀଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ଦିନରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୩୦ତାରିଖରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବା କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ତା’ପୂର୍ବରୁ କେତେକ କଲେଜରେ ନିର୍ବାଚନୀ ପୂର୍ବ ହିଂସାକାଣ୍ଡର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଗତବର୍ଷ ମଧ୍ୟ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଥିଲେ।

ପଢନ୍ତୁ: ଆଜି ଜନ୍ମାଷ୍ଟମୀ : ରାଜ୍ୟର ମଠମନ୍ଦିରରେ ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ଼, ପରିବେଶ ଉତ୍ସବମୁଖର

Related posts

ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ପଟ୍ଟାମୁଣ୍ଡାଇ ବନ୍ଦ ପାଳନ

ENO Beuro

ଆଜିଠୁ ବର୍ଷା ବଢିବ,୧୯ରୁ ପ୍ରବଳ

ENO Beuro

ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

ENO Beuro