POLITICALS

ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

ଏଥର ହିମାଚଳ ପ୍ରଦେଶରେ ମତଦାନ ଆଶାଠାରୁ ଅଧିକ ଫଳ ଦେଇଛି ।ଏଥର ମତଦାନରେ ରେକର୍ଡ କରିଛି ହିମାଚଳ ପ୍ରଦେଶ ।  ପୂର୍ବ ସୂଚନା ଅନୁସାରେ ଯଦି ମତଦାନଙ୍କ ସଂଖ୍ୟା ଅଧିକ ହୁଏ ତେବେ ଭୋଟ ଦେବାର ସମୟସୀମା ସନ୍ଧ୍ୟା ୫ ରୁ ବଢାଇ ଦିଆଯିବ । ତେଣୁ ଗତକାଲି ବିଳମ୍ବିତ ସନ୍ଧ୍ୟା ଯାଏଁ ପ୍ରାୟ ୪୩୫ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଭୋଟ୍‌ ଦାନ ଚାଲିଥିଲା। ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହି ପାର୍ବତ୍ୟ ରାଜ୍ୟରେ ୭୪%ରୁ ଅଧିକ ସଂଖ୍ୟକ ନାଗରିକ ଭୋଟ ଦେଇଥିଲେ ଏବଂ ତାହା ୭୫% ଟପି ଯାଇଥିବ ବୋଲି ନିର୍ବାଚନ କମିସନ ଅଧିକାରୀମାନେ ଆଶା କରିଛନ୍ତି।

୨୦୦୩ ମସିହାରେ ରାଜ୍ୟର ମତଦାନ ହାର ଥିଲା ୭୪. ୫୧%। ଶୀତର ପ୍ରକୋପ ଯୋଗୁଁ ୬୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ବେଗ ଅତି ମନ୍ଥର ଥିଲା, କିନ୍ତୁ ଦିନ ଶେଷ ଭାଗ ଆଡ଼କୁ ତାହା ବୃଦ୍ଧି ପାଇଥିଲା। ଜନଜାତି ଜିଲ୍ଲା ଲାହୌଲ୍‌-ସ୍ପିଟିର ଦୂରନ୍ତ ସ୍ପିଟି ସବ୍‌ଡିଭିଜନ୍‌ର କି’ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ୧୦୦% ଭୋଟ୍‌ ଦାନ ରେକର୍ଡ କରାଯାଇଛି। ବହୁ ସଂଖ୍ୟକ ମହିଳାମାନେ ଭୋଟ୍‌ ଦେବାରେ ଆଗ୍ରହ ପ୍ରକାଶ କରୁଥିବା ଏହି ଜିଲ୍ଲାରେ ହାରାହାରି ଭୋଟ୍‌ ଦାନ ୮୦. ୪୩% ରହିଥିବା ଜଣାପଡ଼ିଛି। ସିର୍‌ମୌରରେ ସର୍ବାଧିକ ୮୨% ଭୋଟ୍‌ ଦାନ ହୋଇଥିବାବେଳେ ୬୯. ୫% ଭୋଟ୍‌ ଗ୍ରହଣ କରାଯାଇ ହାମିର୍‌ପୁର ରହିଛି ସର୍ବନିମ୍ନ ସ୍ଥାନରେ।

ନିଜ ଆଦିବାସରୁ ନିର୍ବାସିତ ହୋଇ ଧର୍ମଶାଳାରେ ବସବାସ କରୁଥିବା ତିବ୍ଦତୀୟମାନେ ଗୁରୁବାର ଦିନ ଭାରତୀୟ ଗଣତନ୍ତ୍ରରେ ଦ୍ୱିତୀୟ ଥର ପାଇଁ ଭୋଟ୍‌ ଦେବାର ସୁଯୋଗ ପାଇଛନ୍ତି। ତିବ୍ଦତୀୟ ପ୍ଲେଟ୍ୟୁରେ ଚୀନ୍‌ର ‘ଫୋର୍ସଡ୍‌ ଅକ୍ୟୁପେସନ୍‌’ ଯୋଗଁ ଦୀର୍ଘ ୫୯ ବର୍ଷ ପରେ ସେମାନେ ଭୋଟ୍‌ଦାନ ସୁଯୋଗ ପାଇଛନ୍ତି। ପ୍ରଥମ ଥର ଲାଗି ଭାରତୀୟ ଗଣତନ୍ତ୍ର ପାଇଁ ୨୦୧୪ରେ ଲୋକସଭା ନିର୍ବାଚନ ନିମନ୍ତେ ତିବ୍ଦତୀୟମାନେ ଭୋଟ୍‌ ଦେଇଥିଲେ, କିନ୍ତୁ ପ୍ରଥମ ଥର ଲାଗି ସେମାନେ ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି।

ପଢନ୍ତୁ, ଜିଏସ୍‌ଟି ବୈଠକର ଘୋଷଣାରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ: ୧୭୭ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହ୍ରାସ

Related posts

ଆଜିଠୁ ଆରମ୍ଭ ବିଜେଡିର”ଘରେ ଘରେ ବିଜେଡି କାର୍ଯ୍ୟକ୍ରମ”: ବିଜୁ ଜୟନ୍ତିରୁ ହେବ ଶୁଭାରମ୍ଭ

Ratnamani Moharana

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିବା ନେଇ ମୁହଁ ଖୋଲିଲେ ଅଖିଳେଶ ଓ ମାୟବତୀ

Ratnamani Moharana

ବିଜେଡ଼ିର ଗୁମର ଖୋଲିଲେ ପ୍ରକାଶ ମିଶ୍ର

Ratnamani Moharana

1 comment

Leave a Comment