Entertainment

୨୧ ବର୍ଷ ସାନ ପ୍ରେମିକାଙ୍କୁ ଦିତୀୟ ବିବାହ କଲେ ହିମେସ୍ ରେଶମିଆ

ନେହା ଧୂପିଆଙ୍କ ପରେ ହିମେଶ ରେଶମିୟା କଲେ ସିକ୍ରେଟ ମ୍ୟାରେଜ

ବର୍ତ୍ତମାନ ବଲିଉଡରେ ଯେପରି ବିବାହର ଋତୁ ଚାଲିଛି । ସୋନମ କପୁରଙ୍କ ବିବାହ ପରେ ଚୁପଚାପ୍ ବିବାହ କରିଥିଲେ ଅଭିନେତ୍ରୀ ନେହା ଧୁପିଆ । ଗତକାଲି ବଲିଉଡର ଆଉଜଣେ ସୁପରହିଟ ସଂଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିଆ ତାଙ୍କର ବହୁ ଦିନର ଗର୍ଲଫ୍ରେଣ୍ଡ ସୋନିଆ କପୁରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ହିମେଶଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି ।

ସୋନିଆ ହେଉଛନ୍ତି ଜଣେ ଜଣାଶୁଣା ଟେଲିଭିଜନ କଳାକାର ।  ସେ ‘କେସା ୟେ ପ୍ୟାର ହେ’, ‘ଜୁଗନୀ ଚଲି ଜଳନ୍ଧର’, ‘ୟେ ବସ’, ‘ରିମିକ୍ସ’ ପରି ଅନେକ ଟିଭି ଶୋ’ରେ ନଜର ଆସିଛନ୍ତି । ଏଠାରେ ଥିବା ନିଜ ବାସଭବନରେ ଅତି ନିରାଡମ୍ବର ଢଙ୍ଗରେ ସମ୍ପନ୍ନ ହୋଇଥିଲା ବିବାହ । ଉଭୟ ପରିବାର ଏବଂ ଅତି ନିକଟତର ବନ୍ଧୁ କେବଳ ଏଥିରେ ସାମିଲ ହୋଇଥିଲେ ।

ହିମେଶ ଏହା ପୂର୍ବରୁ କୋମଲଙ୍କୁ ୧୯୯୫ ମସିହାରେ ବିବାହ କରିଥିଲେ । ୨୨ ବର୍ଷର ବୈବାହିକ ସଂପର୍କ ପରେ ମଧ୍ୟ ୨୦୧୭ ମସିହାରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ସୋନିଆଙ୍କୁ ହିମେଶ ଏବଂ ତାଙ୍କ ପତ୍ନୀଙ୍କ ଛାଡ଼ପତ୍ରର କାରଣ ମଧ୍ୟ କୁହାଯାଇଥାଏ । ଗଣମାଧ୍ୟମର ଏହି ମନ୍ତବ୍ୟକୁ ମିଥ୍ୟା ବୋଲି କହିଛନ୍ତି ହିମେଶଙ୍କ ପୂର୍ବ ପତ୍ନୀ । ତାଙ୍କ ମତରେ, “ଦୁହିଁଙ୍କ ମଧ୍ୟରେ ସଠିକ୍ ବୁଝାମଣା ରହି ନ ଥିବାରୁ ଆମର ଛାଡ଼ପତ୍ର ହୋଇଥିଲା । ଆମେ ଦୁହେଁ ପରସ୍ପରକୁ ସମାନ ସମ୍ନାନ ପ୍ରଦାନ କରିଥାଉ । ଆମ ମଧ୍ୟରେ ଥିବା ବ୍ୟକ୍ତିଗତ କାରଣ ବଶତଃ ଆମେ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲୁ ।

ହିମେଶ ତାଙ୍କ ଠାରୁ ୨୧ ବର୍ଷ ସାନ ଟେଲିଭିଜନ ଅଭିନେତ୍ରୀ ସୋନିଆଙ୍କ ସହିତ ବିବାହ କରିଛନ୍ତି । ଦୁଇ ଦିନ ପୂର୍ବେ ଗୁପ୍ତ ଭାବେ ହିମେଶଙ୍କ ଘରେ ଦୁହିଁଙ୍କ ମେହେନ୍ଦି ହୋଇଥିବା ବେଳେ ଆଜି ସନ୍ଧ୍ୟା ସମୟରେ ଏକ ଛୋଟ ପାର୍ଟିର ବ୍ୟବସ୍ଥା କରାଯାଇଛି ।

ପଢନ୍ତୁ ;

ବିବାହ ପରେ ହନିମୁନ୍ ରେ ବାହାରିଲେ ଏହି ନବବିବାହିତ ପତୀ-ପତ୍ନୀ

Related posts

ରାଣୀଙ୍କ ହିଚ୍-କୀ ରେ ପାଗଳ ହେଲେ ତାଙ୍କ ଫ୍ୟାନ୍

ENO Beuro

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଅଜୟ ଦେବଗନଙ୍କ ‘ରେଡ୍‌’

ENO Beuro

୧୮ ବର୍ଷ ପରେ ଫିଲ୍ମରେ ଏକାଠି ଆସୁଛନ୍ତି ଏହି ସୁପର ହିଟ ଯୋଡି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More