EnewsOdia.Com

ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌

ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ରାନୁ ମଣ୍ଡଳ। ଲତା ମଙ୍ଗେଶକରଙ୍କ ଏକ ଗୀତ ‘ଏକ୍ ପ୍ୟାର୍‌ କା ନଗ୍‌ମା ହେ’କୁ ନିଜ ସ୍ୱରରେ ଗାଇ ଏମିତି ପ୍ରସିଦ୍ଧ ହୋଇଗଲେ ଯେ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମରେ ଗୀତ ଗାଇବାକୁ ରାନୁଙ୍କୁ ଅଫର୍‌ କରିଥିଲେ। ହେଲେ ପରିସ୍ଥିତି ଏବେ ଅଲଗା ପ୍ରକାର ହୋଇଯାଇଛି। ଏବେ ହିମେଶ୍‌, ରାନୁଙ୍କ ଉପରେ କୌଣସି ପ୍ରଶ୍ନ ଶୁଣିଲା ମାତ୍ରେ ହିଁ ଚିଡ଼ି ଯାଉଛନ୍ତି। ଏମିତି କିଛି ଘଟଣା ନିକଟରେ ଦେଖିବାକୁ ମିଳିଛି।

ନିକଟରେ ମୁମ୍ବାଇରେ ଏକ ଇଭେଣ୍ଟ୍‌ରେ ଲାଇଭ୍‌ ପର୍‌ଫର୍‌ମାନ୍ସ ପାଇଁ ହିମେଶ ସେଠାରେ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ହିମେଶଙ୍କୁ ରାନୁଙ୍କ ଉପରେ କିଛି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ହିମେଶ କହିଥିଲେ- ‘ମୁଁ ତାଙ୍କ ମ୍ୟାନେଜର୍‌ ନୁହେଁ, ଯାହା ଆପଣ ତାଙ୍କ କଥା ମୋତେ ପଚାରୁଛନ୍ତି। ଇଣ୍ଡଷ୍ଟ୍ରିରେ ମୁଁ କେବଳ ରାନୁଙ୍କୁ ବ୍ରେକ୍‌ ଦେଇ ନାହିଁ, ବରଂ ଆହୁରି ଅନେକ ଷ୍ଟାର୍‌ସ୍‌ଙ୍କୁ ଦେଇଛି। ’

ପଢନ୍ତୁ: ଭୁବନେଶ୍ବରର ୩ ମନ୍ଦିରକୁ ମିଳିଲା ‘ଭୋଗ୍’ ସାର୍ଟିଫିକେଟ୍

ସମ୍ବନ୍ଧିତ ଖବର

ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

Ratnamani Maharana

ରିଲିଜ ହେଲା ଛପାକର ପ୍ରଥମ ଗୀତ

Ratnamani Maharana

ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଲେ ବିଗ୍‍ ବି

Ratnamani Maharana

୧୧ ବିଲିୟନ କୋଟି ଟଙ୍କାର ମାଲିକ ସୈଫ ଅଲ୍ଲୀ ଖାନ

Ratnamani Maharana

‘ରାଧେ’ର ଶେଷ ଦୃଶ୍ୟ ପାଇଁ ଖର୍ଚ୍ଚ ହେଲା ସାଢ଼େ ୭କୋଟି ଟଙ୍କା

Ratnamani Maharana

ରିଲିଜ ହେଲା ବହୁ ପ୍ରତିକ୍ଷିତ ଗୀତ ‘ମଦରେ ମଦ ତୁ ମୋ ସାହାରା’ର ଭିଡିଓ

Ratnamani Maharana