Entertainment

ବିଗବସ ନାଁରେ ଆରୋପ ,ହାରିବା ପରେ ହୀନାଙ୍କୁ ଲାଗିଛି ଝଟକା

ହୀନା ଖାନଙ୍କ ବିଗବସ ନାଁରେ ଆରୋପ

ବିଗବସ ଶେଶହେବାର ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏହାର ପ୍ରତିଯୋଗୀମାନେ ଏବେ ମଧ୍ୟ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହି ଧାଡ଼ିରେ ଏବେ ହୀନା ଖାନଙ୍କ ନାମ ଯୋଡ଼ି ହୋଇଛି । ସେ ବିଗବସର ନିର୍ମାତାଙ୍କୁ ନେଇ ଏମିତି କଥା କହିଛନ୍ତି ଯାହା ଶୁଣିଲେ ହୋସ ଉଡ଼ିଯିବ ।

ପାଖାପାଖି ସାଢେ ୩ ମାସ ଚାଲିଥିବା ବିଗବସ ସିଜନ ୧୧ରୁ ହୀନାଖାନଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡ଼ିଥିଲା । ପ୍ରକୃତରେ ବିଗବସରେ ରନର୍ସ ଅପ ହେବା ପରେ ହୀନାକୁ ଝଟକା ଲାଗିଛି । ସେ ବିଗବସ ନିର୍ମାତାଙ୍କ ନାଁରେ ଏକ ଆରୋପ ଲଗାଇଛନ୍ତି । ହୀନାଙ୍କ କହିବା ଅନୁସାରେ ବିଗବସ ସ୍କ୍ରିପ୍ଟେଡ ନୁହେଁ ବରଂ ଏହା ଏଡିଟେଡ । ସେମାନେ ଏହାକୁ ଏଭଳି ଏଡିଟ କରନ୍ତି ଯାହା ଦ୍ୱାରା ପ୍ରତିଯୋଗୀଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ ।

ଶୋ ବିଷୟରେ ଆଲୋଚନା କରାଯାଏ ତେବେ ହୀନା ସବୁବେଳେ ନିଜ ଭୁଲକୁ ନମାନିଥିବା ଘଟଣା ଦେଖିବାକୁ ମିଳିଛି । କିନ୍ତୁ ହୀନାଙ୍କ ବୟାନରୁ ଜଣାପଡ଼ୁଛି, ଯେ ଶିଲ୍ପାଙ୍କ ଠାରୁ ହାରିବାକୁ ସହଜରେ ଏପର୍ଯ୍ୟନ୍ତ ଗ୍ରହଣ କରିପାରିନାହାଁନ୍ତି । ଗାଳି ଗୁଲଜ କରୁଥିବା ଜୁବେର ଖାନଙ୍କୁ ଶୋରୁ ବାହାର କରିଦେବା ପରେ ସେ ମଧ୍ୟ ଶୋ ଏଡିିଟେଡ ହେଉଛି ବୋଲି ବୟାନ ଦେଇଥିଲେ । ତେବେ ହୀନା ଖାନ ତାଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ।

ପଢନ୍ତୁ ;

ବିିବାହ ଦିନରେ ତ୍ୱଚାକୁ ସୁନ୍ଦର ଓ କୋମଳ କରିବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

ରିଲିଜ ହେଲା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର

ENO Beuro

ଦୀପିକାଙ୍କ ପରେ ମାଡାମ ତୁଷାଡ୍ସ ମ୍ୟୁଜିୟମରେ ସ୍ଥାନ ପାଇବ ସାହିଦଙ୍କ ମହମ ପ୍ରତିମୂର୍ତ୍ତି

ENO Beuro

ନିର୍ମାଣ ହେବ ଦିଲ୍ଲୀପ ତିର୍କୀଙ୍କ ବାୟୋପିକ

ENO Beuro

Leave a Comment