News

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌

ରବିବାର ହୀରାକୁଦ ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ ହୋଇଛି। ଶନିବାର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଥିଲାବେଳେ ରବିବାର ଦିନ ୧୧ଟାରେ ଗୋଟିଏ ଓ ୪ଟାରେ ଗୋଟିଏ ଗେଟ୍‌ ବନ୍ଦ କରା ଯାଇଥିଲା। ରବିବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦.୨୭ ଫୁଟ୍‌ ଥିଲା।ରବିବାର ରାତି ୯ଟା ସୁଦ୍ଧା ୬୧୦.୩୧ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩୨,୦୯୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି।

ପାଓ୍ଵାର ଚାନେଲରେ ୧୧,୩୦୦ କ୍ୟୁସେକ୍‌, ବରଗଡ଼ କେନାଲରେ ୩,୭୫୧ କ୍ୟୁସେକ୍‌, ଶାସନ କେନାଲ ଦେଇ ୫୦୦ ଓ ସମ୍ବଲପୁର କେନାଲ ଦେଇ ୯୮ କ୍ୟୁସେକ ପାଣି ଛଡ଼ା ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୪.୯୩ ଓ ତଳ ମୁଣ୍ଡରେ ୨.୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ୨୦ ଟି ଗୋଟ ଖୋଲାଯାଇଥିଲା । ପର୍ଯ୍ୟାୟକ୍ରମେ ଏହି ଗେଟ ଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା ବୋଲି ଏହି ସୂତ୍ରରୁ ପ୍ରକାଶ।

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌ ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌ Hirakud Dam

ପଢନ୍ତୁ;ବାସ୍ତୁ ଅନୁସାରେ ଘର ପାଖରେ କେଉଁ ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ? ଜାଣନ୍ତୁ

Related posts

ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଆହତ !

Krishna Kumar Manoj

ବଡ ଦେଉଳରୁ ଖସିଲା ଚୂନଖଣ୍ଡ : ମହିଳା ଭକ୍ତ ଆହାତ

Krishna Kumar Manoj

କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More