Loading...

ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାର, ମୋଟ୍‌ ୨୨ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସିତ

ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାର, ମୋଟ୍‌ ୨୨ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସିତ

ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ । ରାଜ୍ୟ ଠାରୁ ଦୂରାଉ ଥିବାରୁ କମିବ ବର୍ଷାର ପ୍ରଭାବ ।

ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ । ରାଜ୍ୟ ଠାରୁ ଦୂରାଉ ଥିବାରୁ କମିବ ବର୍ଷାର ପ୍ରଭାବ । ଆଜି ଅଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳ ଭଣ୍ଡାର, ମୋଟ୍‌ ୨୨ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସିତ। ବାମରୁ ୧୫ ଡାହାଣରୁ ୭ ଗେଟ ଖୋଲା ଯାଇଛି।

ସୂଚନାନୁସାରେ, ଡ୍ୟାମ କତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଦିନ ୩ ଟା ସୁଦ୍ଧା ଡ୍ୟାମ ଭିତରକୁ ୨ ଲକ୍ଷ ୮୧ ହଜାର ୩୨୨ ଘନଫୁଟ ବନ୍ୟ‍ାଜଳ ପ୍ରବେଶ କରୁଥିବା ବେଳେ ୨୦ ଗୋଟି ଗେଟ୍ ମାଧ୍ୟମରେ ୩ ଲକ୍ଷ ୬୪ ହଜାର ୯୦୬ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଥିଲା। କିନ୍ତୁ ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ବର୍ତ୍ତମାନ ଆଉ ୨ଟି ଗେଟ୍‌ ଖୋଲାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.