News

ଆଜି ଖୋଲିବ ହୀରାକୁଦ ଗେଟ୍‌

ଆଜି ଖୋଲିବ ହୀରାକୁଦ ଗେଟ୍। ୭ନମ୍ବର ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପର୍ୟ୍ୟାୟକ୍ରମେ ଅନ୍ୟ ଗେଟ୍ ଖୋଲାଯିବ। ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର।

ବର୍ତ୍ତମାନ ଡ୍ୟାମ୍ର ଜଳସ୍ତର ୬୧୭.୬୦ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ଲକ୍ଷ ୫୦ହଜାର ୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ନିଷ୍କାସିତ ହେଉଛି ୧୧ହଜାର ୮୪୬ କ୍ୟୁସେକ୍ ପାଣି। ପ୍ରଥମେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇ ଗେଟ୍ ଖୋଲାଯିବ।

ସୂଚନାଅନୁଯାୟୀ,ସକାଳ ୧୧ଟା ପରେ ଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୭.୬ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୧ ହଜାର ୮୪୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସ୍ଥିତିକୁ ଦେଖି କେତୋଟି ଗେଟ୍ ଖୋଲାଯିବ, ତାହା ସ୍ଥିର କରାଯିବ।”

ପଢନ୍ତୁ; ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା

Related posts

ବିବାହରେ ‘ମୃତ୍ୟୁ ଉପହାର’ ଘଟଣା : ଏସ୍‌ପି କହିଲେ ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ

ENO Beuro

ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ : ପୂର୍ବତନ ଛାତ୍ରଙ୍କ ଗୁଳିରେ ୧୭ଜଣଙ୍କ ମୃତ୍ୟୁ

ENO Beuro

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନୂତନ ନିୟମ:ପ୍ରବାସ ବାସ ପାଇଁ ଯୋଗ୍ୟତା-ଭିତ୍ତିକ ଭିସା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More