News

ବର୍ଷା ଯୋଗୁ ବଢୁଛି ହୀରାକୁଦର ଜଳସ୍ତର, ୧୪ରେ ଛଡ଼ାଯିବ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

Ladu

ଜଳାଭାବ ଯୋଗୁଁ ଉତ୍କଟ ସ୍ଥିତିରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳ ପତନ କ୍ରମଶଃ ବଢ଼ିବା ଆରମ୍ଭ କରିଛି। ବୁଧବାର ଓ ଗୁରୁବାର ଉପର ମୁଣ୍ଡରେ ଭଲ ରକମର ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଛି ଓ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ ଆସନ୍ତା ୧୪ ତାରିଖରେ ନିଷ୍କାସନ। ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ବନ୍ୟାଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ୍‌ର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି।

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏବେ ହୀରାକୁଦ ଡ୍ୟାମ ଜଳସ୍ତର ରହିଛି ୬୧୦.୩୯ ଫୁଟ୍ । ଡ୍ୟାମକୁ ସେକେଣ୍ଡ ପିଛା ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୧୬ ହଜାର ୯୨୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେପଟେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ହେବ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହେବ । ୧୩-୧୪ ତାରିଖ ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ ।

 

ତେବେ ବର୍ଷା ସ୍ଥିତି ଦେଖି କେତେଟା ଗେଟ୍ ଖୋଲାଯିବ ତାହା ଉକ୍ତ ଦିନ ସ୍ଥିର କରାଯିବ।
ପଢନ୍ତୁ: ଆଇନ୍‌ ଉଚ୍ଛେଦ ପରେ ବି ତିନି ତଲାକ୍‌: ଫୋନ୍‌ରେ ତଲାକ ଦେଲେ ସ୍ୱାମୀ

Related posts

ଡବଲ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ କ୍ରିମିନାଲ ବାବୁ ନାଇକର ମୃତ୍ୟୁ

ENO Beuro

ପାଣିପାଗ ବିଭାଗ ପକ୍ଷରୁ ସୂଚନା : ଆଜି ୧୩ଟି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ!

ENO Beuro

ଦୂରଦର୍ଶନରେ ଲାଇଭ୍ ଶୋ ସମୟରେ ଟଳି ପଡିଲେ ଲେଖିକା ରୀତା ଜିତେନ୍ଦ୍ର

ENO Beuro

Leave a Comment