News

ବଢ଼ୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର, ତଳମୁଣ୍ଡ ବର୍ଷାକୁ ଦେଖି ପାଣି ଛାଡ଼ିବ ହୀରାକୁଦ

Hirakuda 1 1 750x430

ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଆଜି ସକାଳେ ଜଳ ପତ୍ତନ ୬୧୫.୫୨ ଫୁଟରେ ପହଞ୍ଚିଛି। ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୦ ହଜାର ୩୬୪ କ୍ୟୁସେକ୍ ପାଣି ପଶୁଥିବାବେଳେ ୧୮ ହଜାର ୮୫୭ କ୍ୟୁସେକ ପାଣି ନିଷ୍କାସନ ହେଉଛି। ପୂର୍ବ ଘୋଷଣା ଅନୁଯାୟୀ ୧୪ ତାରିଖ ଦିନ ଗେଟ୍ ଖୋଲିବାର ଔପଚାରିକତା ନିଶ୍ଚୟ ପୂରଣ କରାଯିବ ବୋଲି ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ସୁନୀଲ ନାୟକ  କହିଛନ୍ତି। ତେବେ ସେହି ସମୟରେ ତଳମୁଣ୍ଡରେ ବର୍ଷା ଓ ଜଳ ପ୍ରବାହର ସ୍ଥିତି ଦେଖି ହିଁ କେତେ ପାଣି ଛଡ଼ାଯିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଇଂ ନାୟକ ସୂଚନା ଦେଇଛନ୍ତି।

ସୋମବାର ସକାଳ ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରକୁ ୯୫, ୦୩୨ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ଦିନ ୩ଟା ବେଳେ ତାହା ୭୫, ୯୭୧ କ୍ୟୁସେକ୍‌କୁ ହ୍ରାସ ପାଇଥିଲା। ସଂଧ୍ୟା ୬ଟାରେ ପୁଣି ଜଳପ୍ରବେଶ ବୃଦ୍ଧି ପାଇ ୮୪, ୮୪୫ କ୍ୟୁସେକ୍‌ରେ ପହଞ୍ଚିଥିଲା। ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୧୬.୦୬ ଫୁଟ ଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୭, ୭୩୬ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

ପଢନ୍ତୁ: ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା

Related posts

ତୃତୀୟଥର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

ENO Beuro

ବଳିଆ ସ୍ୱାସ୍ଥ୍ୟରେ ସୁଧାର ପରିବର୍ତ୍ତନ ଘଟିଛି

ENO Beuro

Koraput’s SLN Medical College & Hospital Inaugurated Today By Odisha CM Naveen Patnaik

ENO Beuro

Leave a Comment