News

ମହାନଦୀରେ ଆସୁଛି ହୀରାକୁଦ ଛାଡ଼ିଥିବା ବନ୍ୟାଜଳ

Hira 750x430

ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟା ଜଳ ଖୁବ୍‌ ଶୀଘ୍ର ମୁଣ୍ଡଳିରେ ପହଞ୍ଚିବ । ଫଳରେ କଟକକୁ ଘେରି ରହିଥିବା ଦୁଇ ନଦୀ କାଠଯୋଡି ଏବଂ ମହାନଦୀର ଜଳସ୍ତର ଆହୁରି ବଢିବ। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ଲକ୍ଷ ୭୪ହଜାର ୬୨୪କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ସେହିପରି ନରାଜରେ ୨ଲକ୍ଷ ୮୩ହଜାର ୧୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆସନ୍ନ ବନ୍ୟାକୁ ଏଡାଇବା ପାଇଁ ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ।  ଜିଲ୍ଲା ପ୍ରଶାସନ ନଦୀ ଜଳସ୍ତର ଉପରେ ନଜର ରଖିଛି। ତେବେ ମୁଣ୍ଡଳୀରେ ଏହି ପାଣି ପହଁଚିବାକୁ ଆହୁରି ୨୪ ଘଣ୍ଟା ସମୟ ଲାଗିବ ।

ହୀରାକୁଦ ଡ୍ୟାମରେ ଜଳସ୍ତର କମିବା ପରେ ୧୦ ଗେଟ୍ ବନ୍ଦ

 

ହୀରାକୁଦ ବନ୍ଦ କଲା ୧୦ ଟି ଗେଟ୍ । ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ୧୦ଟି ଗେଟ୍ ବନ୍ଦ କରାଯାଇଛି । ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି । ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍କୁ ବନ୍ଦ କରାଯାଇଛି । ଗେଟ୍ ବନ୍ଦ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟା ଜଳ  ନିଷ୍କାସିତ ହେଉଛି ।

ପଢନ୍ତୁ: ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ହେବେ ତିନି ସେନା ବାହିନୀର ମୁଖ୍ୟ !

Related posts

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ENO Beuro

ଇଭିଏମରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି: ବିଳମ୍ବରେ ମତଦାନ କଲେ ମତଦାତା

Ratnamani Moharana

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ

ENO Beuro

Leave a Comment