Loading...

ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା

ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା

ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ ତାରିଖ, ସୋମବାରରୁ ଆରମ୍ଭ ହୋଇ ଡିସେମ୍ବର ୪ତାରିଖରେ ଶେଷ ହେବ। ୮ ଦିନ ଧରି ୩୪ ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ୧୨୦୦ରୁ ଅଧିକ ଷ୍ଟଲ ପଡ଼ିଥିବା ବେଳେ ଓରମାସ୍‌ ପରିସରରେ ୪୨୦ରୁ ଅଧିକ ଷ୍ଟଲ୍‌ ରହିଛି।

ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ ତାରିଖ, ସୋମବାରରୁ ଆରମ୍ଭ ହୋଇ ଡିସେମ୍ବର ୪ତାରିଖରେ ଶେଷ ହେବ। ୮ ଦିନ ଧରି ୩୪ ଏକର ଜମି ଉପରେ ଆୟୋଜିତ ହେଉଥିବା ବାଲିଯାତ୍ରାର ଉଭୟ ପଡ଼ିଆରେ ୧୨୦୦ରୁ ଅଧିକ ଷ୍ଟଲ ପଡ଼ିଥିବା ବେଳେ ଓରମାସ୍‌ ପରିସରରେ ୪୨୦ରୁ ଅଧିକ ଷ୍ଟଲ୍‌ ରହିଛି। ଏଥର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରହିଛି ‘କଟକ ଇନ୍ କଟକ’ରେ ଗ୍ରାମୀଣ କଟକର ଝଲକ। ଉତ୍କଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

ବାଲିଯାତ୍ରା ମହୋତ୍ସବରେ ଓଲିଉଡ୍‌ ଏବଂ ବଲିଉଡ୍‌ କଣ୍ଠଶିଳ୍ପୀଙ୍କୁ ନେଇ ଜମିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଓଲିଉଡ୍‌ ନାଇଟ୍‌ରେ ୧୯ଜଣ କଳାକାର ଏବଂ କଣ୍ଠଶିଳ୍ପୀ ନୃତ୍ୟ, ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ବଲିଉଡ୍‌ର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଯୋଡ଼ି ସଚିନ- ଜିଗର ଏବଂ ଅନୁ ମଲ୍ଲିକ ମଧ୍ୟ ସଙ୍ଗୀତରେ ଝୁମାଇବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.