EnewsOdia.Com

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

ହାଇଟେକ ସହରରେ ହାଇଟେକ ଭିକାରି। ଭୁବନେଶ୍ଵର ସ୍ମାର୍ଟ ସିଟି ହେଲା ପରଠାରୁ ଏଠାକାର ଲୋକମାନଙ୍କ ସହ ମଧ୍ୟ ଭିକାରି ମାନେ ସ୍ମାର୍ଟ ହେଇଗଲେଣି। ତେବେ ଆଜି ଆମେ ଆପଣଙ୍କୁ ଏକ ଏପରି କଥା କହିବାକୁ ଯାଉଛି ଯାହା ସାଧାରଣରେ ବିଶ୍ଵାସ ଯୋଗ୍ୟ ହେବ ନାହି। ସ୍ମାର୍ଟ ସିଟି ରାଜଧାନୀର ଫୁଟ୍ପାଥରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଗରେ ଭିକ୍ଷାଥାଳ ଥୁଆ ହୋଇଛି। ପଥଚାରୀ ଟଙ୍କାଏ କିମ୍ବା ଦୁଇ ଟଙ୍କା ପକାଇ ଦେଉଛନ୍ତି। ଏଣେ ମହିଳା ଭିକାରି ଜଣକ ମୋବାଇଲ୍ ଫୋନରେ କଥା ହେଉଛନ୍ତି। ‘ତମେ ସବୁ ବୁଲିକି ଆସିଲଣି? ମୁଁ ବି ଯାଇଥାନ୍ତି। ତମେ ସବୁ ମୋ ସହ ଗାଡ଼ିରେ ଯାଇଥାନ୍ତ।’ ଏମିତି କେତେ କଣ ଘର କଥା ସମ୍ପୃକ୍ତ ମହିଳା ମୋବାଇଲ୍ ଫୋନରେ ଗପି ଚାଲିଥିଲେ। ଏଭଳି ଏକ ଦୃଶ୍ୟ ଖାରବେଳ ନଗର ଥାନା ଠାରୁ କିଛି ଦୂରର ଫୁଟପାଥରେ ଦେଖିବାକୁ ମିଳିଥିଲା।

ଏହି ଦୃଶ୍ୟକୁ ଅନେକ ଦେଖୁଥିଲେ। କି ଯୁଗ ହେଲା ଭିକାରି ବି ମୋବାଇଲ ଧରିଲା ବୋଲି କେତେକ କହୁଥିଲେ। ମହିଳା ଜଣକ ବେଳେ ବେଳେ ରାମମନ୍ଦିର ସାମ୍ନା, ଉତ୍ସବ ବେଳେ ପ୍ରଦର୍ଶନୀ ପଡ଼ିଆ ସାମ୍ନାରେ ମଧ୍ୟ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳେ। ଏଭଳି ଦୃଶ୍ୟକୁ ଭିଡିଓ ସୁଟିଂ କରି କେହି ଟ୍ବିଟରରେ ଅପଲୋଡ୍ କରିଛନ୍ତି। ୪୦ ସେକେଣ୍ଡର ଏହି ଭିଡିଓର ଦର୍ଶକଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେୟାର ମଧ୍ୟ ହେଉଛି। ‘ଓଡ଼ିଶା ଉନ୍ନତି କରିଛି, ଭିକାରି ବି ମୋବାଇଲ ଧରିଲେଣି’ ବୋଲି କହି ଥଟ୍ଟା କରିଥିବା ବେଳେ ଭୁବନେଶ୍ବରିଆ ବି ଧନ୍ୟ, ହାଇଟେକ୍ ଭିକାରିକୁ ଭିକ ଦେଉଛନ୍ତି’ ବୋଲି କେହି କେହି କହିଛନ୍ତି।

ପଢନ୍ତୁ: ୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

ସମ୍ବନ୍ଧିତ ଖବର

ପରୀକ୍ଷାରେ ଅଜବ ପ୍ରଶ୍ନ, ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ?

Ratnamani Maharana

ଫାଶୀ ପାଇବେ ନିର୍ଭୟା ଦୁଷ୍କର୍ମକାରୀ

Ratnamani Maharana

୧୫ ମାସ ମଧ୍ୟରେ ଭାରତରେ ସତ ହେବ ସ୍ଵପ୍ନ, ୩ ମିନିଟରେ ବିମାନ ଭଳି ଉଡ଼ିବ କାର

Ratnamani Maharana

ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

Ratnamani Maharana

ପକ୍ଷୀ ପ୍ରେମରେ ଛାଡିଦେଲେ ଇଂଜିନିୟରିଙ୍ଗ ଚାକିରି

Ratnamani Maharana

ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ୨ ପ୍ରଥମ ବର୍ଷରେ ୩୩% ପାସ୍ ନିୟମ

Ratnamani Maharana