‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ,ହକିକୁ ଓଡିଶାର ଅବଦାନ ଅନନ୍ୟ

hockey

ଓଡିଶାରେ ହକି ବିଶ୍ଵକପ ଚାଲୁଥିବାବେଳେ ଓଡିଶାର ଜନଜାତି ହକି ଖେଳାଳିମାନଙ୍କ ଉପରେ ଲିଖିତ ପୁସ୍ତକ ‘ହକି ହି ଜିନ୍ଦେଗୀ’କୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ ବର୍ଷ ବ୍ୟାପୀ ପରିଶ୍ରମ ଆଧାରରେ ଲେଖା ଯାଇଥିବା ଏହି ପୁସ୍ତକକୁ ନ୍ୟାସନାଲ ୟୁଥ କୋଅପରେଟିଭ ତରଫରୁ ପ୍ରକାଶିତ କରାଯାଇଛି।

hockey

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱ ଦରବାରରେ ଓଡିଆ ଖେଳାଳି ମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ସେମାନଙ୍କ ଉଦ୍ୟମ ଓ ପରାକାଷ୍ଠା ବଳରେ ସେମାନେ ଓଡିଶା ଓ ସାରା ଦେଶପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଗୋଟିଏ ପଟେ ହକି ବିଶ୍ୱକପ ଓଡିଶାରେ ହେଉଥିବା ସମୟରେ ହକି ହି ଜିନ୍ଦେଗୀ ଭଳି ପୁସ୍ତକ ଓଡିଶାରେ ଲୋକାର୍ପଣ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ତେବେ ଏହି ପୁସ୍ତକର ଓଡିଆ ଓ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୂଚନାଯୋଗ୍ୟ,ଉକ୍ତ ଉତ୍ସବରେ ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ପୂର୍ବତନ ହକି ଖେଳାଳି ଏ.ବି.ସୁବାୟା, ଓ୍ବିଲିୟମ ଖାଲ୍‌କୋ, କ୍ରିକେଟର ଶିବସୁନ୍ଦର ଦାସ, ପରେଶ ପଟେଲ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ତାଙ୍କ କନ୍ୟା ପ୍ରତିଭା ସମ୍ପନ୍ନ ଶଟ୍‌ପୁଟର ଅଂଶିକା ରାଉତରାୟ, ଚେସ୍‌ ପ୍ରତିଭା ପ୍ରିୟାଂଶ ଦାସ ଓ ଶ୍ରେୟାଂଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ; ଅମିତାଭ ଘୋଷ ପାଇବେ ଜ୍ଞାନପୀଠ ପୁରସ୍କାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More