27 C
Bhubaneswar
October 24, 2020
EnewsOdia.Com
ଖେଳ

୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ

୨୦୨୩ମସିହାରେ ଆଗାମୀ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ। ଏହି ବିଶ୍ବକପ ଭାରତରେ କରାଇବା ପାଇ ହକି ଇଣ୍ଡିଆ ଗୁରୁବାର ଆବେଦନ କରିଛି। ଏନେଇ ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ୍) ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସମେତ ବେଲଜିୟମ ଓ ମାଲେସିଆ ଏହି ପୁରୁଷ ହକି ବିଶ୍ୱ କପର ଆୟୋଜକ ପାଇଁ ବିଡ୍ ଦାଖଲ କରିଛନ୍ତି। ଭାରତ ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ୟ୍ୟନ୍ତ ବିଶ୍ୱକପ୍ ଆୟୋଜନ କରିବାକୁ ଚାହୁଁଥିବା ଜଣାପଡିଛି। ଏହା ପୂର୍ବରୁ ତିନିଥର ଭାରତରେ ହକି ବିଶ୍ବକପ ଆୟୋଜିତ ହୋଇସାରିଛି। ଗତବର୍ଷ ୨୦୧୮ରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପର ଆୟୋଜନ କରାଯାଇଥିଲା। ଯେଉଁଥିରେ ବଲିଉଡର ଅନେକ ବଡ଼ ବଡ଼ ଷ୍ଟାର ଯୋଗଦେଇଥିଲେ।

ଏ ନେଇ ଏଫଆଇଏଚର ସିଇଓ ଥିଏରୀ ୱିଲ୍ କହିଛନ୍ତି, ଅନେକ ଜାତୀୟ ସଂଘ ଏବଂ ଦେଶ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଇଚ୍ଛୁକ ଥିବା ଦେଖି ବହୁତ ଖୁସି ଲାଗୁଛି। ଏଥିରୁ ଜଣାପଡ଼ୁଛି ଯେ, ବିଶ୍ୱରେ ଏବେ ହକିର ଲୋକପ୍ରିୟତା କେତେ ବଢ଼ିବାରେ ଲାଗିଛି। ନଭେମ୍ବର ୬ ତାରିଖରେ ଏଫଆଇଏଚର ଟାସ୍କ ଫୋର୍ସ ବୈଠକରେ ସମସ୍ତ ବିଡ୍ ଦାଖଲ କରିଥିବା ବୋର୍ଡର ତର୍ଜମା କରିବ। ଏହା ଉପରେ ୮ ନଭେମ୍ବର, ୨୦୧୯ରେ ଅନ୍ତିମ ନିଷ୍ପତ୍ତି ନିଆଯିବ।

ପଢନ୍ତୁ: ବିବିସିର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଓଡ଼ିଶା ଝିଅ ସୁସ୍ମିତା ମହାନ୍ତି

Related posts

ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ହାରିଲା ଭାରତ

Ratnamani Maharana

୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

Ratnamani Maharana

ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More