SPORTS

ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର – ହକି ଇଣ୍ଡିଆ

ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର - ହକି ଇଣ୍ଡିଆ

ଏସିଆ କପ୍‌ ହକି ପ୍ରତିଯୋଗିତାରେ ବିଜେତାମାନଙ୍କୁ ମିଳିବ ଆର୍ଥିକ ପୁରସ୍କାର । ସମସ୍ତଙ୍କୁ ଚକିତ କରି ଶକ୍ତିଶାଳୀ ଦେଶ ଚୀନକୁ ପେନାଲ୍ଟି ସୁଟଆଉଟ୍‌ରେ ୫-୪ ରେ ପରାସ୍ତ କରି ଏସିଆ କପ୍‌ ହକି ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଥିବା ଭାରତୀୟ ହକି ଦଳର ୧୮ ଜଣ ଯାକ ସଦସ୍ୟଙ୍କୁ ହକି ଇଣ୍ଡିଆ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ସୋମବାର ହକି ଇଣ୍ଡିଆ ଏହି ଘୋଷଣା କରିଛି।

ପ୍ରଶିକ୍ଷକ ହରେନ୍ଦ୍ର ସିଂହ ମଧ୍ୟ ୧ ଲକ୍ଷ ପାଇବେ। ଅନ୍ୟ ସହାୟକ ଅଧିକାରୀମାନେ ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ପକେଟସ୍ଥ କରିବେ।

ଭାରତୀୟ ଦଳ ପ୍ରତିଯୋଗିତାରେ ମୋଟ ୨୮ ଗୋଲ୍‌ ଦେବା ସହ ଅପରାଜେୟ ରହି ୧୩ ବର୍ଷ ପରେ ରବିବାର ଏସିଆ କପ୍‌ ଜିତିଥିଲା। ଭାରତ ଶେଷଥର ପାଇଁ ନୂଆ ଦିଲ୍ଲୀ ଠାରେ ଖେଳାଯାଇଥିବା ଭାରତୀୟ ମହିଳା ଏସିଆ କପ୍‌ – ୨୦୦୪ ରେ ବିଜେତା ଘୋଷିତ ହେଇଥିଲା ।

ଏହା ପ୍ରକୃତରେ ଭାରତୀୟ ଦଳ ପାଇଁ ଏକ ପ୍ରଶଂସାର କଥା, ଯେଉଁମାନେ ଦୀର୍ଘ ୧୩ ବର୍ଷ ପରେ ଏସିଆ କପକୁ ପୁଣିଥରେ ହାସିଲ କରିଛନ୍ତି । ସେମାନେ ଏହି ଖେଳ ଜିତି ସେମାନଙ୍କର ଖେଳପ୍ରତି ମହାନତା ଓ ଦୃଢ ସଂକଲ୍ପ ଦେଖାଇଛନ୍ତି ଏବୋଂ ଆଗାମୀ ବର୍ଷର ବିଶ୍ଵ କପ ପାଇଁ ଯୋଗ୍ୟ ବିବେଚିତ ହେଇଛନ୍ତି ବୋଲି ଭାରତୀୟ ହକିର ମହାସଚିବ ମୁସ୍ତାକ ଆହମଦ କହିଲେ ।

ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର - ହକି ଇଣ୍ଡିଆ

ପଢନ୍ତୁ, ମୋବାଇଲ ନମ୍ବର ଓ ଆଧାର ସଂଯୋଗ ଏବେ ହେବ ସହଜ, ଘରେବସି କରିପାରିବେ ଏହି କାମ

Related posts

୧୦-୦ ବିଜୟରୁ ଅଭିଯାନ ଆରମ୍ଭ କଲା ଭରତ

Ratnamani Moharana

ହକି ବିଶ୍ୱକପ୍‌ ସହ ଯୋଡ଼ି‌ହେଲା ଟାଟା ଷ୍ଟିଲ୍‌

ENO Beuro

ଆଇସିସି ଟେଷ୍ଟ ମାନ୍ୟତା:ଶୀର୍ଷକୁ ଫେରିଲେ କୋହଲି

ENO Beuro

3 comments

Leave a Comment