SPORTS

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ଙ୍କୁ ସମ୍ମାନୀୟ ଏକଲବ୍ୟ ପୁରସ୍କାର

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ଙ୍କୁ ସମ୍ମାନୀୟ ଏକଲବ୍ୟ ପୁରସ୍କାର

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ରାଜ୍ୟର ମର୍ଯ୍ୟଦାଜନକ ଏକଲବ୍ୟ ପୁରସ୍କାରର ରୌପ୍ୟ ଜୟନ୍ତୀ ବିଜେତା ହୋଇଛନ୍ତି। ରବିବାର ଏକଲବ୍ୟ ସମିତିରର ବୈଠକରେ ସର୍ବସମ୍ମତିିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏସିଆ କପ୍‌ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଏକମାତ୍ର ଓଡ଼ିଆ ଦୀପସାନଙ୍କୁ ୫ ଲକ୍ଷ ଟଙ୍କା ସହିତ ଫଳକ ପ୍ରଦାନ କରାଯିବ।

ସୁନ୍ଦରଗଡ଼ର ସଉନାମୁରା ଗାଁରୁ ଆସିଥିବା ଦୀପସାନ୍‌ ଗତବର୍ଷ ଲକ୍ଷ୍ନୌରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ୍‌ ହକି ବିଜେତା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ । ସେ ମଧ୍ୟ ମାଲେସିଆରେ ଅନଷ୍ଠିତ କନିଷ୍ଠ ଏସିଆ କପ୍‌ ବିଜୟୀ ଭାରତୀୟ ଦଳରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ଉଭୟ କନିଷ୍ଠ ଏବଂ ବରିଷ୍ଠ ଭାରତୀୟ ଦଳରୁ ଖେଳି ମଧ୍ୟ ଲମ୍ବା ଭବିଷ୍ୟତର ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୪ରେ କନିଷ୍ଠ ବର୍ଗର ସୁଲତାନ ଜୋହର୍‌ କପ୍‌ରୁ ଅନ୍ତର୍ଜାତୀୟ ପ୍ରବେଶ କରିଥିବା ଦୀପସାନ୍‌ ସେହି ବର୍ଷ କଳିଙ୍ଗ ଲାନ୍‌ସର୍ସ ପକ୍ଷରୁ ହକି ଇଣ୍ଡିଆ ଲିଗ୍‌ରେ ଖେଳିଥିଲେ। ଗତବର୍ଷ ରୁଷିଆ ଏବଂ ଇଂଲଣ୍ଡ ଗସ୍ତରେ ଅନୁଷ୍ଠିତ ୟୁରୋସିଆ କପ୍‌ରେ ସେ ମଧ୍ୟ ଭାରତୀୟ କନିଷ୍ଠ ଦଳର ନେତୃତ୍ୱ ନେଇଥିଲେ। ଗତବର୍ଷ ଲକ୍ଷ୍ନୌରେ କନିଷ୍ଠ ବିଶ୍ୱକପ୍‌ ଜିତିଥିବା ଭାରତୀୟ ଦଳର ଉପ ଅଧିନାୟକ ଏବଂ ସର୍ବକନିଷ୍ଠ ସଦସ୍ୟ ଭାବେ ଖେଳି ବିଜେତା ହୋଇଥିଲେ।

ଦୀପସାନଙ୍କ ସହିତ  ଗତ ବର୍ଷ ରିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ମହିଳା ହକି ଖେଳାଳି ଦୀପ୍‌ଗ୍ରେସ୍‌ ଏକ୍କା ଏବଂ ଜାତୀୟ କୀର୍ତିମାନଧାରୀ ଦେଶର ଶ୍ରେଷ୍ଠ ଧାବକ ଅମିୟ କୁମାର ମଲିକ ଏକଲବ୍ୟ ସମ୍ମାନ ପାଇବେ। ଦୀପଗ୍ରେସ୍‌ ଏବଂ ଅମିୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଖୁବ୍‌ ଶୀଘ୍ର ଏକ ସ୍ୱତନ୍ତ୍ର ଉତ୍ସବରେ ଏମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକଲବ୍ୟ ପୁରସ୍କାର ସମିତିର ଆବାହକ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି।

ଉମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ ରାଜ୍ୟର ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ଏହି ପୁରସ୍କାର ସବୁଠାରୁ ପୁରୁଣା ଘରୋଇ କ୍ରୀଡ଼ା ପୁରସ୍କାର। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୨୫ ବର୍ଷରୁ କମ୍‌ ବୟସର ଖେଳାଳିମାନଙ୍କୁ ଏହା ମିଳିଥାଏ।

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ସମ୍ମାନୀୟ ଏକଲବ୍ୟ ପୁରସ୍କାର ବିଜେତା

ଅଧିକ ପଢନ୍ତୁ  ଓଡିଆ ଅଭିନେତା ଆକାଶ ଦାସ ନାୟକ ଙ୍କ ବିଷୟରେ

Related posts

Odisha Weightlifters Sneha & Jhilli Selected For Championships In Australia

ENO Beuro

ତୃତୀୟ ଟି-୨୦: ରୋହିତଙ୍କ ଅପରାଜିତ ଶତକ, ସିରିଜ ଜିତିଲା ଭାରତ

ENO Beuro

ପୁଣି ରୂପା ଜିତିଲେ ଦୂତି,୨୦୦ ମିଟରରେ ଦୂତିଙ୍କୁ ରୌପ୍ୟ ପଦକ

ENO Beuro

Leave a Comment