Loading...

Paytm Insiderରେ ମିଳୁଛି ହକି ଉଦ୍‌ଘାଟନୀ ସମାରୋହ ଟିକେଟ

Paytm Insiderରେ ମିଳୁଛି ହକି ଉଦ୍‌ଘାଟନୀ ସମାରୋହ ଟିକେଟ

ଆସନ୍ତା ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ସମାରୋହ ହେବ । ଏଥିରେ ଅଭିନେତା ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ଲାଇଭ ସୋ ଦେଖିବାକୁ ମିଳିବ ।

ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଲାଗି ଆଜିଠୁ ବିକ୍ରି ହେବ ଟିକେଟ । ଉଦ୍‌ଘାଟନୀ ସମାରୋହ ପାଇଁ କେବଳ ଅନ୍‌ଲାଇନ୍‌ରେ ଟିକଟ ମିଳିବ । ଆଜିି ମଧ୍ୟାହ୍ନ ୧୨ଟାରୁ ଅନ୍ଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ ହେବ । ଉଦ୍‌ଘାଟନୀ ସମାରୋହ ଦେଖିବା ପାଇଁ କାଉଣ୍ଟରରେ ଟିକେଟ ବ୍ୟବସ୍ଥା ହୋଇନାହିଁ । PAYTM Insiderରେ ଟିକେଟ ଉପଲବ୍ଧ ହେବ । ଆସନ୍ତା ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ସମାରୋହ ହେବ । ଏଥିରେ ଅଭିନେତା ରଣବୀର ସିଂ ଏବଂ ଦିଶା ପଟାନୀଙ୍କ ଲାଇଭ ସୋ ଦେଖିବାକୁ ମିଳିବ ।

ଅନ୍ୟପଟେ ରାଉରକେଲାରେ ହକି ବିଶ୍ୱକପ୍ ଫିଭର । ବିଶ୍ୱକପ୍ ପାଇଁ ରାଉରକେଲାରେ ଭାରତୀୟ ଟିମ୍ ପହଞ୍ଚି ସାରିଥିବା ବେଳେ ନୂଆ ଟର୍ଫରେ କରିବେ ଅଭ୍ୟାସ । ଗତକାଲି ଖେଳାଳିମାନେ ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ରାସ୍ତାରେ ହକିପ୍ରେମୀମାନେ ଏକାଠି ହୋଇ ଚକ୍ ଦେ ଇଣ୍ଡିଆ ନାରା ଦେବା ସହ ହକି ଖେଳାଳିଙ୍କୁ ସ୍ୱାଗତ କରିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.