• Home
  • SPORTS
  • ହକି ବିଶ୍ଵକପ ୨୦୧୮ : ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ
SPORTS

ହକି ବିଶ୍ଵକପ ୨୦୧୮ : ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ଜାରି ହେଲା କ୍ରୀଡ଼ା ସୂଚୀ

ଓଡ଼ିଶାର ରାଜଧାନୀ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବାକୁଥିବା ଆଗାମୀ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଡ୍ର’ ଓ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଆୟୋଜକ ଭାରତକୁ ପୁଲ ‘ସି’ରେ ରଖାଯାଇଛି । ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଏଥିରେ ଅଂଶଗ୍ରହଣ କରିବେ । ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଏହି ମେଗା ଇଭେଣ୍ଟରେ ଆୟୋଜକ ଭାରତ ଅପେକ୍ଷାକୃତ ସହଜ ଡ୍ର’ରେ ସାମିଲ ହୋଇଛି ।

ଏହି ପୁଲରେ ଭାରତ ସହିତ  ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ବେଲଜିୟମ, ଦୁନିଆର ୧୧ ତମ ଦଳ କାନାଡା ଓ ଆଫ୍ରିକା ମହାଦ୍ଵୀପର ଚମ୍ପିଆନ ଦକ୍ଷିଣ ଆଫ୍ରିକାକୁ ରଖାଯାଇଛି ।  ଆନ୍ତର୍ଜାତିକ ହକି ଫେଡେରେଶନ ଦ୍ୱାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଏସିଆନ ଚାମ୍ପିୟନ ଭାରତ ନଭେମ୍ବର ୨୮ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହା ପରେ ଭାରତ ଡିସେମ୍ବର ୨ ତାରିଖରେ ବେଲଜିୟମ ଓ ୮ ତାରିଖରେ କାନାଡ଼ାକୁ ଭେଟିବ ।

ପୁଲ ‘ଏ’ରେ ରିଓ ୨୦୧୬ ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ ଓ ଫ୍ରାନ୍ସକୁ ରଖାଯାଇଛି ।  ପୁଲ ମ୍ୟାଚରେ ବହୁତ ଖାସ୍ ମ୍ୟାଚ୍ ଦେଖିବାକୁ ମିଳିବ।  ପୁଲ ଡିରେ ଦୁଇ ପୂର୍ବତନ  ବିଶ୍ଵ ଚମ୍ପିଆନ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଡିସେମ୍ବର ୧ରେ ମୁହାଁମୁହିଁ ହେବେ।  ଇଂଲଣ୍ଡ ଦଳ ଡିସେମ୍ବର ୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ ।

ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ପୁଲ୍‌ ପର୍ଯ୍ୟାୟ ଚାଲୁ ରହିବ। ଏହାପରେ ଡିସେମ୍ବର ୧୨ ଓ ୧୩ ତାରିଖରେ କ୍ୱାର୍ଟର ଫାଇନାଲ ମ୍ୟାଚଗୁଡିକ ଖେଳାଯିବ । ପ୍ରତ୍ୟେକ ପୁଲରେ ଶୀର୍ଷରେ ରହିଥିବା ଦଳ ସିଧା ସଳଖ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିବ। ଏହା ବାଦ ପ୍ରତ୍ୟେକ ପୁଲରେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ  କ୍ରସ ଓଭର ମ୍ୟାଚ୍ ଜିତିବାକୁ ପଡ଼ିବ। ଯାହା ଡିସେମ୍ବର ୧୦ ଓ ୧୧ରେ ଖେଳାଯିବ ।

ପୁଲ ମ୍ୟାଚ୍ ନଭେମ୍ବର ୨୮ ରୁ ଡିସେମ୍ବର ୯ ପର୍ୟ୍ୟନ୍ତ ଚାଲିବ।  ଡିସେମ୍ବର ୧୨ ଓ ୧୩ରେ କ୍ଵାର୍ଟର ଫାଇନାଲ ମୁକାବିଲା ହେବ। ସେମି ଫାଇନାଲ ଡିସେମ୍ବର ୧୫ରେ ଖେଳାଯିବ ଏବଂ ଫାଇନାଲ  ଡିସେମ୍ବର ୧୬ରେ ଖେଳାଯିବ । ହକି ବିଶ୍ୱକପ୍‌ ଭାରତରେ ତୃତୀୟଥର ପାଇଁ ଆୟୋଜନ ହେବାକୁ ଯାଉଛି । ପୁଣି ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଖେଳାଯିବ ।
ହକି ବିଶ୍ଵକପ ୨୦୧୮ : ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ hoocky
ପଢନ୍ତୁ ;

ବିଭିନ୍ନ ରୋଗରୁ ଉପସମ ପାଇଁ ନିୟମିତ ସକାଳୁ ଖାଆନ୍ତୁ ବାଦାମ

Related posts

ଭାରତକୁ ହରାଇ କ୍ୱାର୍ଟରରେ ଆୟରଲାଣ୍ଡ

Krishna Kumar Manoj

ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟ୍-କା : କେଦାର ଯାଦବ ଆଇପିଏଲରୁ ବାଦ୍‌

Krishna Kumar Manoj

ଫାଇନାଲରେ ଚେନ୍ନଇ ସୁପର୍ କିଙ୍ଗସ୍‌ !

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More