SPORTS

ହକି ବିଶ୍ଵକପ: ବେଲଜିୟମ ନୂଆ ବିଶ୍ଵ ଚାମ୍ପିୟନ

belgium

ବେଲଜିୟମର ଭାନ ଡୋରେନ ଶ୍ରେଷ୍ଠ ଖେଳାଳି

ମାହୋଲ ଥିଲା ପୁରା ସଚିନମୟ। କିନ୍ତୁ ଟାଇଟେଲ ପାଇଁ ଲଢୁଥିଲେ ବେଲଜିୟମ-ନେଦରଲାଣ୍ଡସ। ମଝିରେ ମଝିରେ ସଚିନ… ସଚିନ … ଶବ୍ଦରେ ଫାଟି ପଡୁଥିଲା କଳିଙ୍ଗର ଆକାଶ। ଶେଷରେ ସବୁ ଆକଳନ ଭୁଲ ପ୍ରମାଣିତ କରି ଇତିହାସ ରଚିଲା ବେଲଜିୟମ।

ବିଶ୍ୱ କପ୍‌ ଇତିହାସରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ବିଜେତା ନିର୍ଣ୍ଣୟ ହୋଇଛି ପେନାଲଟି ସୁଟ୍‌ଆଉଟ୍‌ରେ । ଆଉ ପ୍ରଥମଥର ଫାଇନାଲ୍‌କୁ ଆସି ଟାଇଟଲ୍‌ ଜିତିଛି ବେଲଜିୟମ । ତିନି ଥର ଚାମ୍ପିଅନ୍‌ ଶକ୍ତିଶାଳୀ ନେଦରଲାଣ୍ଡସକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି ।

belgium

ଉଲ୍ଲେଖଯୋଗ୍ୟ,ବିଶ୍ୱକପ୍‌ ଇତିହାସରେ ପ୍ରଥମଥର ପାଇଁ କୌଣସି ଫାଇାନଲ ମ୍ୟାଚ୍‌ ଗୋଲ ଶୂନ୍ୟଭାବେ ଶେଷ ହୋଇଛି। ଫଳରେ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ଉଭୟ ଦଳ ୫ଟି ପେନାଲ୍ଟି ଶଟ୍‌ ପାଇବା ପରେ ମଧ୍ୟ ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ଶେଷରେ ସଡନ ଡେଥ୍‌ରେ ବେଲଜିୟମ ବାଜି ମାରି ବିଶ୍ୱହକିରେ ନୂଆ ଇତିହାସ ସୃଷ୍ଟି କରିଛି। ପୂର୍ବରୁ ୩ଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ନେଦରଲାଣ୍ଡ୍ସକୁ ଶେଷରେ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି।

ପଢନ୍ତୁ; ବୟସ ଅନୁସାରେ କେତେ ସମୟ ଶୋଇବା ଆପଣଙ୍କ ଶରୀର ପାଇଁ ଭଲ ଜାଣନ୍ତୁ ?

Related posts

ଜାତୀୟ କ୍ରୀଡ଼ା ଦିବସ ଅବସରରେ କ୍ରୀଡାବିତ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି

ENO Beuro

ଇଣ୍ଡିଆନ୍ ୱେଲ୍ସ ମାଷ୍ଟର୍ସରେ ଥିମ ଓ ଅନ୍ଦ୍ରିସ୍କୁ ସିଙ୍ଗିଲ୍ସ ଚମ୍ପିୟାନ

Ratnamani Moharana

ଇତିହାସ ରଚିଛି ବିରାଟ ବାହିନୀ ! ୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

ENO Beuro

Leave a Comment