SPORTS

ହକି ବିଶ୍ଵକପ : ଭାରତ-ବେଲଜିୟମ ମ୍ୟାଚ ଡ୍ର

ହକି ବିଶ୍ଵକପରେ ଭାରତ ଓ ବେଲଜିୟମ ମଧ୍ୟରେ ଅନୁଷ୍ଟିତ ମୁକାବିଲା ୨-୨ ଗୋଲରେ ଡ୍ର ରହିଛି। ମ୍ୟାଚ ଆରମ୍ଭରୁ ଶେଷ ପର୍ୟାନ୍ତ ତ୍ରୀବ ସଂଘର୍ଷପୂର୍ଣ ରହିଥିଲା। ବିଶେଷ କରି ଖେଳର ୫୬ତମ ମିନିଟରେ ବେଲଜିୟମ ଗୋଲ ଦେଇ ଭାରତକୁ ବିଜୟରୁ ବଞ୍ଚିତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ଓ ସିମରନଜିତ ସିଂହ ଗୋଲ ଦେଇଥିବା ବେଳେ ବେଲଜିୟମ ପକ୍ଷରୁ ଆଲେକ୍ସଜାଣ୍ଡାର ହେଣ୍ଡରିକ ଓ ସାଇମନ ଗଉନାର୍ଡ ଗୋଲ ଦେଇଛନ୍ତି। ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଛି। ଦୁଇଟି ମ୍ୟାଚରୁ ଭାରତ ୪ ପଏଣ୍ଟ ପାଇ ଗୋଲ ବ୍ୟବଧାନ ଦୃଷ୍ଟିରୁ ପୁଲ ସିରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ବେଲଜିୟମ ସମାନ ୪ ପଏଣ୍ଟ ପାଇ ଦ୍ଵିତୀୟରେ ରହିଛି। ଭାରତର ବରୁଣ କୁମାର ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

india

ସମାନ ଅଙ୍କ ଥିବା ସତ୍ତ୍ୱେ ଗ୍ରୁପ ସିରେ ଭାରତ ଆଗୁଆ ରହିଛି । କାରଣ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ହରାଇଥିଲା । କିନ୍ତୁ ବେଲଜିୟମ କାନାଡାକୁ ୨-୧ରେ ହରାଇଥିଲା ।

ପଢନ୍ତୁ; ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବଟ ୱାକର ବୁଶଙ୍କ ଦେହାନ୍ତ

Related posts

ଧୋନୀଙ୍କ ଅପେକ୍ଷାରେ ଆଉ ଏକ ନୂଆ ରେକର୍ଡ 

ENO Beuro

ଡିସେମ୍ବର ୧୬ରେ ସାଇନା-କଶ୍ୟପ ବାହାଘର

ENO Beuro

ଚତୁର୍ଥ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More