ବିଶ୍ୱକପ୍‌ ହକି ପାଇଁ ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ

hokey

ଆଜି ହକି ବିଶ୍ୱ କପ୍‌ ଉଦଘାଟନୀ ଉତ୍ସବ ପାଇଁ ଅନଲାଇନରେ ଟିକେଟ୍‌ ବିକ୍ରି ହେବ । ଏହି ଉତ୍ସବ ପାଇଁ ପ୍ରଥମ ଟିକେଟ୍‌ କିଣିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ୫୦୦ ଟଙ୍କିଆ ଟିକେଟ୍‌ କିଣିଛନ୍ତି । ସଚିବାଳୟରେ ଏଲିନା ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍‌ ପ୍ରଦାନ କରିଥିଲେ ।

hokey

ଆଜି ଦିନ ୧୨ଟାରୁ ଅନଲାଇନରେ ସର୍ବସାଧାରଣଙ୍କ ପାଇଁ ଉଦଘାଟନୀ ଉତ୍ସବର ଟିକେଟ୍‌ ବିକ୍ରି କରାଯିବ । କଳିଙ୍ଗ ଷ୍ଟାଡିୟମରେ ୧୨ ହଜାର ଟିକେଟ୍‌ ରହିଛି । ଏହାର ମୂଲ୍ୟ ୫୦୦ ଟଙ୍କା । ବାରବାଟୀ ଷ୍ଟାଡିୟମରେ ୩୦ ହଜାର ଟିକେଟ୍‌ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି କରାଯିବ । ଏଠାରେ ଟିକେଟ୍‌ ମୂଲ୍ୟ ରହିଛି ୧୦୦ ଓ ୫୦୦ ଟଙ୍କା ।

ହକି ବିଶ୍ୱକପ-୨୦୧୮ର ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ଘୋଷଣା କରି ମୁଁ ବେଶ୍‌ ଆନନ୍ଦିତ। ପ୍ରଥମ ଟିକେଟ୍‌ ପାଇଥିବାରୁ ଉଲ୍ଲସିତ ମଧ୍ୟ। ଓଡ଼ିଶାବାସୀଙ୍କ ହକି ଜ୍ୱର ସାରା ବିଶ୍ୱରେ ବ୍ୟାପ୍ତ ହେଉ। ହକି ପ୍ରେମୀ ଏବଂ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଲାଗି ଆମେ ଅପେକ୍ଷାରତ। ସେମାନେ ଓଡ଼ିଶାର ଆତିିଥେୟତା ସହ ଏଠାରେ ରୋମାଞ୍ଚକର ହକି ମୁକାବିଲା ଦେଖିବେ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ।

ପଢନ୍ତୁ;ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More