SPORTS

ହକି ବିଶ୍ଵକପ: ଆଜି ଅଭିଯାନ ଆରମ୍ଭ କରିବ ଅଷ୍ଟ୍ରେଲିଆ

ଚଳିତ ବିଶ୍ଵକପରେ ଡିଫେଡିଙ୍ଗ ଚମ୍ପିୟନ ଅଷ୍ଟ୍ରେଲିଆ ଆଜି ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ପୂର୍ବରୁ କ୍ରମାଗତ ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ଅଷ୍ଟ୍ରେଲିଆ ଏଥର ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଛି। ଏଥର ସଫଳ ହେଲେ ଅଷ୍ଟ୍ରେଲିଆ କ୍ରମାଗତ ୩ଥର ଟାଇଟଲ ହାସଲ ହାଟ୍ରିକ ଅର୍ଜନ କରିବ। ଆନ୍ତର୍ଜାତିକ ହକି ଫେଡେରେସନ (ଏଫ୍‌ଆଇଏଚ୍‌) ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆୟର୍ଲାଣ୍ଡ ଦଶମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ପୂର୍ବରୁ ୩ଥର ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି।

austrelia

୧୯୯୦ ମସିହା ପରେ ପ୍ରଥମ ଥର ବିଶ୍ବକପ୍ ଆସିଥିବା ଆୟର୍ଲାଣ୍ଡ ନିଜର ବର୍ତମାନର ଫର୍ମ ଏବଂ ବିଶ୍ବ ଶ୍ରେଣୀୟ ଗୋଲ୍‌ରକ୍ଷକ ଡେଭିଡ୍ ହାର୍ଟଙ୍କ ଉପରେ ଭରସା ରଖି ଖେଳିବ। ଅନ୍ୟପକ୍ଷରେ ଶୁକ୍ରବାର ଦ୍ବିତୀୟ ମ୍ୟାଚ୍‌ରେ ୟୁରୋପୀୟ ଦଳ ଇଂଲଣ୍ଡ ସହିତ ପ୍ରଥମ ପଦାର୍ପଣକାରୀ ଚୀନ୍‌ର ମୁକାବିଲା ହେବ।

ଏହି ମ୍ୟାଚ୍‌ ରାତି ୭ଟାରେ ଖେଳାଯିବ। ଦଳର ସବୁଠୁ ଅଭିଜ୍ଞ ବ୍ୟାରି ମିଡଲଟନ୍ ଏହି ଦଳର ପ୍ରଭାବୀ ଖେଳାଳି। ଇଂଲଣ୍ଡ ମହିଳା ଦଳକୁ ରିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟୀ କରାଇଥିବା ମୁଖ୍ୟ ପ୍ରଶିକ୍ଷକ ଡାନି କେରି ମଧ୍ୟ ଏଭଳି ଆଶା ରଖିଛନ୍ତି ଭୁବନେଶ୍ବରରେ। ପ୍ରଥମ ପଦାର୍ପଣକାରୀ ଚୀନ୍‌ କିନ୍ତୁ ବିଶ୍ବକପ୍ ପଦାର୍ପଣରେ କିଭଳି ସ୍ମୃତି ଛାଡ଼ିଯିବ ପୁଲ୍‌ ପର୍ଯ୍ୟାୟ ଶେଷରେ ଜଣାପଡ଼ିବ।

ପଢନ୍ତୁ;  ବିଜେପି ଛାଡିଲେ ଦିଲ୍ଲୀପ ରାୟ

Related posts

ବାଂଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ ପ୍ରଶଂସକଙ୍କୁ କ୍ଷମା ମାଗିଲେ

ENO Beuro

ପାକିସ୍ତାନୀ ଝିଅ ଆଲିସବାଙ୍କ ସହ ସାମିଙ୍କ ସମ୍ପର୍କ , ଚାଞ୍ଚଲ୍ୟକର ଅଡିଓ ଦେଲେ ହସିନ

ENO Beuro

ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ ; ଭାରତ ପାଇଁ ‘କର ବା ମର’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More