SPORTS

ଆୟର୍ଲାଣ୍ଡକୁ ୨-୧ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

hockey

କଳିଙ୍ଗ ହକି ଷ୍ଟାଡିୟମରେ ଚାଲିଥିବା ବିଶ୍ଵକପର ତୃତୀୟ ଦିବସରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଲଢୁଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଉଦିତ ୟୁରୋପୀୟ ହକି ଦେଶ ଆୟର୍ଲାଣ୍ଡକୁ ୨-୧ ଗୋଲ୍‌ରେ ହରାଇ ଦେଇଛି ଅଷ୍ଟ୍ରେଲିଆ । ବିଶ୍ବକପ୍‌ର ପ୍ରତିଟି ମ୍ୟାଚ୍ ଯେ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏବଂ ଦକ୍ଷତାର ସମକକ୍ଷ ଲଢ଼େଇ ଦେଉଛି ଏହା ଏହି ମାନ୍ୟତା ପ୍ରଭେଦର ମୁକାବିଲାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।

hockey

ସୂଚନାଯୋଗ୍ୟ, ୩୪ତମ ମିନିଟରେ ଟିମ୍‌ ବ୍ରାଣ୍ଡ ଏକ ଫିଲ୍ଡ ଗୋଲ ଦେଇ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରାଇଥିଲେ। କୋରେ ୱିୟେର ମାରିଥିବା ଶଟ୍‌କୁ ଆୟର୍ଲାଣ୍ଡ ଡିଫେଣ୍ଡର ଅଟକାଇବାରେ ସକ୍ଷମ ହୋଇଥିଲେ ହେଁ ଫେରି ଆସୁଥିବା ବଲ୍‌କୁ ବ୍ରାଣ୍ଡ ଶକ୍ତିଶାଳୀ ହିଟ୍‌ ମାଧ୍ୟମରେ ଗୋଲରେ ପରିଣତ କରିଥିଲେ।

ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଅଷ୍ଟ୍ରେଲିଆ ୨-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ୪ର୍ଥ କ୍ବାର୍ଟରରେ ଆୟର୍ଲାଣ୍ଡ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିଥିଲା। ୫୧ତମ ମିନିଟରେ ଅଷ୍ଟ୍ରେଲିଆକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଫ୍ଲାଇନ୍‌ ଓଗିଲ୍‌ଭ୍‌ଙ୍କ ଦୁର୍ବଳ ପୁଶ୍‌ ଅଷ୍ଟ୍ରେଲିଆ ଷ୍ଟପରଙ୍କ ପର୍ଯ୍ୟନ୍ତ ପହଞ୍ଚତ୍ ପାରି ନ ଥିଲା। ମ୍ୟାଚରେ ଏହାକୁ ମିଶାଇ ଅଷ୍ଟ୍ରେଲିଆ କ୍ରମାଗତ ଦ୍ୱିତୀୟ ପେନାଲ୍ଟି କର୍ନର ମିସ୍‌ କରିଥିଲା।

ପଢନ୍ତୁ; ବକ୍ସର-ବାରାଣସୀ ମେମୁର ଶୁଭାରମ୍ଭ କଲେ ଶ୍ରୀ ମନୋଜ ସିହ୍ନା

Related posts

ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଅଭିଯାନ

ENO Beuro

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

ENO Beuro

ଫ୍ଲେ ଅଫରୁ ମୁମ୍ବାଇ ଇଣ୍ଡିଆନ୍ସ ବିଦା ହେବା ପରେ ଖୁସି ଜାହିର କଲେ ପ୍ରୀତି ଜିଂଟା !

ENO Beuro

Leave a Comment